ପଖାଳ ଦିବସରେ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

‘ଶରୀର ଓ ମନ ପାଇଁ ଶାନ୍ତି ଦାୟକ ପଖାଳ’

ଭୁବନେଶ୍ୱର, ୨୦/୦୩: ଆଜି ବିଶ୍ୱ ପଖାଳ ଦିବସରେ ପଖାଳ ଖାଇ ପଖାଳର ମଜା ଉଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢ଼ୀ, ବରିଷ୍ଠ ମନ୍ତ୍ରୀ ଓ ବିଧାୟକ ଗଣଙ୍କ ସହ ମିଶି ପଖାଳ ଖାଇଛନ୍ତି ମୁଖ୍ୟମନ୍ତ୍ରୀ। ପଖାଳ ଖାଇବାର ସମୟର ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, “ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି।”