୮ ଜିଲ୍ଲାରେ ଗଡିବ ‘ଆମ ବସ୍’

କ୍ରୁଟର ବୋର୍ଡ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର, ୨୮/୦୩: ଓଡ଼ିଶାର ଆଉ ୮ଟି ଜିଲ୍ଲାରେ ‘ଆମ ବସ୍’ ସେବା ଆରମ୍ଭ ହେବ। ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଯୋଜନା କରିଛି। ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା (ମୟୂରଭଞ୍ଜ), ଜୟପୁର (କୋରାପୁଟ), ବାଲେଶ୍ୱର ଓ ରାୟଗଡ଼ାରେ ‘ଆମ ବସ୍’ ସେବା ଆରମ୍ଭ ହେବ।

ଉନ୍ନୟନ କମିଶନର ତଥା କ୍ରୁଟ ଅଧ୍ୟକ୍ଷ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ରୁଟର ୪୯ତମ ବୋର୍ଡ ବୈଠକରେ ଆହୁରି ୮ଟି ଜିଲ୍ଲାରେ ଆମ ବସ୍ ଗଡିବ ବୋଲି ନିଷ୍ପତ୍ତି ହୋଇଛି।

ଡିଜେଲ ଚାଳିତ ବସର ସ୍ପିଡ ୪୦ କିମି ଧାର୍ଯ୍ୟ କରାଯାଇଥିବା ବେଳେ ଇଲେକ୍ଟ୍ରିକ ବସର ସ୍ପିଡ ୩୫ କିମି ଧାର୍ଯ୍ୟ କରାଯାଇଛି। ସୁରକ୍ଷିତ ଭାବେ ବସ୍ ଚାଳନା ପାଇଁ ଡ଼୍ରାଇଭର ମାନଙ୍କୁ ଟ୍ରେନିଂ ଦିଆଯିବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଦୁର୍ଘଟଣାର ସମୀକ୍ଷା କରିବେ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସହାୟତା ପାଇଁଟୋଲ୍ ଫ୍ରି ନମ୍ବର 18005700218 ଆରମ୍ଭ କରାଯାଇଛି। ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସ୍ଥାନରେ ପାସ୍ ବ୍ୟବସ୍ଥା ଲାଗୁ ହେବ।