ଭୁବନେଶ୍ୱର, ୨୯/୦୩: ୨୦୦୦ ବ୍ୟାଚର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସୁଜାତା କାର୍ତ୍ତିକେୟନ ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଆଇଏଏସ ସୁଜାତା କାର୍ତ୍ତିକେୟନ୍ ପୂର୍ବରୁ ଛୁଟିରେ ଥିବା ଛୁଟିର ଅବଧି ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ, ଯାହାକୁ ୨୦୨୪ ନଭେମ୍ବରରେ ଓଡ଼ିଶା ସରକାର ଖାରଜ କରିଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପରଦିନ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଇଏଏସ୍ ଅଫିସର ତଥା ବିଜୁ ଜନତା ଦଳର ପୂର୍ବତନ ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ହେଉଛନ୍ତି ସୂଜାତା କାର୍ତ୍ତିକେୟନ। ବିଜେଡ଼ି ସରକାର ସମୟରେ ତାଙ୍କର ଆଧିପତ୍ୟ ବେଶ୍ ଥିଲା।