କଂଗ୍ରେସର ଦୁଇ ବିଧାୟକ ଅସୁସ୍ଥ

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର, ୨୯/୦୩: ବିଧାନସଭା ଆଗରେ ଧାରଣା ଦେଇଥିବା ବେଳେ ଦୁଇ କଂଗ୍ରେସ ବିଧାୟକ ଅସୁସ୍ଥ ହୋଇ ପଡିଛନ୍ତି। କଂଗ୍ରେସ ବିଧାୟକ ଦଳ‌ ନେତା ରାମଚନ୍ଦ୍ର କାଡାମ ଓ ଦଳ ଉପନେତା ଅଶୋକ ଦାସ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୃହରୁ ନିଲମ୍ବିତ ହୋଇଥିବା ବିଧାୟକମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଚାହୁଁଛନ୍ତି। ହେଲେ, ସୁରକ୍ଷାକର୍ମୀ ମାନେ ତାଙ୍କୁ ଭିତରକୁ ଯିବାକୁ ଦେଉନଥିବା ବେଳେ ଏହାକୁ ପ୍ରତିବାଦ କରି ନିଲମ୍ବିତ ବିଧାୟକମାନେ ଧାରଣା ଦେଇଛନ୍ତି। ପ୍ରବଳ ଖରା ହେଉଥିବା ବେଳେ ଉଭୟ ବିଧାୟକ ଅସୁସ୍ଥ ହୋଇ ପଡିଛନ୍ତି। ସୂଚନାଯୋଗ୍ୟ, ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ଯୋଗୁଁ କଂଗ୍ରେସର ୧୪ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢ଼ୀ।