ଗ୍ରାମାଞ୍ଚଳର ବିକାଶ ପାଇଁ ଜେଏସଡବ୍ଲୁ ପ୍ରତିଶ୍ରୁତିବଦ୍ଧ

ମାହାଳରେ ଉଦଘାଟନ ହେଲା କମ୍ୟୁନିଟି ସେଣ୍ଟର

ପାରାଦ୍ୱୀପ, ୦୮/୦୪: ଜେଏସଡବ୍ଲୁ ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ଢ଼ିଙ୍କିଆ ପଞ୍ଚାୟର ମାହାଳ ଗାଁରେ ଏକ କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଫାଉଣ୍ଡେସନର ସିଇଓ ଶ୍ରୀ ପବିତ୍ର କୁମାର ଓ ଜେଏସଡବ୍ଲୁ ଉତ୍କଳ ଷ୍ଟିଲର ପାରାଦ୍ୱୀପ କାର୍ଯ୍ୟଳୟର ପ୍ରଶାସନିକ ମୁଖ୍ୟ ଧନଞ୍ଜୟ କୁମାର ସିହ୍ନା ଉପସ୍ଥିତ ଥିଲେ। ଏହି ସେଣ୍ଟରରେ ସ୍ଥାନୀୟ ଅଂଚଳର ଛୋଟ ଛୋଟ ସଭା ସମିତି, ଆଲୋଚନା ଚକ୍ର, ବୈଠକ,ସ୍ୱୟଂ ସହାୟିକା ମହିଳାମାନଙ୍କ ଗୋଷ୍ଠୀଗତ ଆଲୋଚନା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଭଳି ବହୁ କାର୍ଯ୍ୟକ୍ରମ ସୁଚାରୁରୂପେ ହୋଇ ପାରିବା ଭଳି ସ୍ଥାନ ରହିଛି। ଏହି କମ୍ୟୁନିଟି ସେଣ୍ଟରଟି ୧୩୭୮ ବର୍ଗ ଫୁଟ ରହିଥିବା ବେଳେ ସ୍ଥାନୀୟ ଅଂଚଳର ଠିକାଦାରଙ୍କ ଦ୍ୱାରା କରାଯାଇଛି।

ଏହି ଅବସରରେ ଜେଏସଡବ୍ଲୁସି ଏସଆର ର ଓଡିଶା ମୁଖ୍ୟ ପ୍ରଶାନ୍ତ ବିଶ୍ୱାଳ, ସ୍ଥାନୀୟ ପାରାଦ୍ୱୀପ କାର୍ଯ୍ୟାଳୟର ମୁଖ୍ୟ ଅଭିଜିତ ମହାନ୍ତିଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିହିଲେ। ଦୀର୍ଘ ଦିନ ଧରି ଏହି ଗାଁଟି ଅନେକ ଉନ୍ନୟନ କାର୍ଯ୍ୟରୁ ବଞ୍ଚିତ ହୋଇ ଆସୁଥିବା ବେଳେ ଏହି ଗାଁରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ଲାଗି ସ୍ଥାନୀୟ ଗ୍ରାମବାସୀମାନେ ଦାବି କରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ସ୍ଥାନ ନିରୂପଣ କରାଯାଇଥିଲା। ଏଭଳି ଜନହିତକର କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ମା’ ରାମଚଣ୍ଡୀ ଗ୍ରାମ୍ୟ ସୁରକ୍ଷା ସମିତିର ସମ୍ପାଦକ ଭ୍ରମରବର ସେଠୀ ଜେଏସଡବ୍ଲୁ କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଲୋକଙ୍କ ଏଭଳି ସହଯୋଗ ରହିଲେ ଆଗାମୀ ଦିନରେ ତିନି ପଞ୍ଚାୟତରେ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।