ଏପ୍ରିଲ୍ ୨୧ରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଏଇ ସ୍ଥାନରେ ହେବ ଜନଶୁଣାଣି ଶିବିର

ଭୁବନେଶ୍ୱର, ୧୬/୦୪: ଆସନ୍ତା ଏପ୍ରିଲ୍ ୨୧ ତାରିଖରେ ସମ୍ବଲପୁରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଏ ନେଇ ସ୍ୱତନ୍ତ୍ର ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲିଠାରେ ଜନଶୁଣାଣି ଶିବିରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏଥିପାଇଁ ଏପ୍ରିଲ ୧୭ ତାରିଖ ଦିନ ୧୧ଟାରୁ ଅଭିଯୋଗକାରୀ ମାନେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ସର୍ବାଧିକ ୧୦୦୦ ଲୋକ ଅଭିଯୋଗ କରି ପାରିବେ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।