ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଉଦ୍ଘାଟିତ

ଚୋରା ମଦ ବେପାରୀଙ୍କୁ ଦୃଢ଼ ମୁକାବିଲା ପାଇଁ ମନ୍ତ୍ରୀଙ୍କ ଆହ୍ୱାନ

ଖୋର୍ଦ୍ଧା, ୨୦/୦୪: ଆଜି ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ଟିଏଲସି ରୋଡ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖରେ ୩କୋଟି ୬୫ଲକ୍ଷ ବ୍ୟୟରେ ୩ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ଵାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଓଡ଼ିଶାର ମାନ୍ୟବର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥିବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵ କରକମଳରେ ଫିତାକାଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ,ଶ୍ରୀ ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟିତ କରି ଜିଲ୍ଲାବାସୀଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଅବକାରୀ ନିୟମ ଓ ଅଧିନିୟମ ପ୍ରଣୟନ ଦ୍ଵାରା ଚୋରା ମଦ କାରବାର ବିକ୍ରି ବନ୍ଦ କରିବା, ଚୋରା ବେପାରୀଙ୍କୁ ପ୍ରତିହତ କରିବା ଓ ନିଶାରକୁ ପ୍ରଭାବ ସହ ନିଶା କ୍ରିତଦାସରୁ ସମାଜକୁ ବଞ୍ଚାଇ ଏକ ନିଶାମୁକ୍ତ ସଶକ୍ତ ସମାଜ ଗଠନରେ କାର୍ଯ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉତ୍ଥାପନ କରିଥଲେ। ଆହୁରି ମଧ୍ୟ ମନ୍ତ୍ରୀ କହିଲେ ଯେ ଅବକାରୀ କର୍ମଚାରୀ ମାନଙ୍କୁ ଆର୍ମ -୩ ଅସ୍ତ୍ର ଦିଆ ଯାଇ ଚୋରା ବେପାରୀଙ୍କୁ ଦୃଢ଼ ମୁକାବିଲା କରି ସାରା ରାଜ୍ୟକୁ ସଶକ୍ତ କରାଯିବ। ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ମାନ୍ୟବର ସାଂସଦଙ୍କ ପ୍ରତିନିଧି, ରାଜ୍ୟ ଅବକାରୀ ବିଭାଗ ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ଭାରପ୍ରାପ୍ତ ଅବକାରୀ ଆୟୁକ୍ତ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଆରକ୍ଷୀ ଅଧିକ୍ଷିକା, ଅବକାରୀ, ଖୋର୍ଦ୍ଧା, ଶ୍ରୀମତୀ ସୁମତି ତ୍ରିପାଠୀ, ଭୁବନେଶ୍ୱର ଆରକ୍ଷୀ ଅଧିକ୍ଷକ ଅବକାରୀ ଶ୍ରୀ ଦେବାଶିଷ ପଟେଲ, ଆରକ୍ଷୀ ଅଧିକ୍ଷକ ଅବକାରୀ କଟକ ଶ୍ରୀ କରୁଣା ଶଙ୍କର ତିୱାରୀ, ଯୁଗ୍ମ ଆୟୁକ୍ତ ଅବକାରୀ ଶ୍ରୀ ରାଜେନ୍ଦ୍ର ଭୋତ୍ରା, ଶ୍ରୀ ଅଶୋକ କୁମାର ଗଡତିଆ, ଶ୍ରୀ ଡମ୍ବରୁଧର ଖଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମ୍ରିତ ପାଲ ସିଂହ, ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ପଣ୍ଡା, ଡେପୁଟି କଲେକ୍ଟର ଶ୍ରୀ ଦେବବ୍ରତ କର, ଶ୍ରୀତପା ମିଶ୍ର, ଅନନ୍ୟା ସୃଷ୍ଟି ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ସଂପୃକ୍ତ ବିଭାଗୀୟ କର୍ମଚାରୀ, ଜନପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।