ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ଅଧିକ ଜାଣିବା ପାଇଁ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’
ଆଜିର ତାରିଖ ୨୧ ଏପ୍ରିଲ୍ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ମ୍ୟାକ୍ସ ୱେବର (୨୧ ଏପ୍ରିଲ ୧୮୬୪ – ୧୪ ଜୁନ ୧୯୨୦), ଜଣେ ଜର୍ମାନ ଓକିଲ, ଐତିହାସିକ, ରାଜନେତା ଏବଂ ସମାଜବିଜ୍ଞାନୀ ତଥା ଜଣେ ରାଜନୈତିକ ଅର୍ଥନୀତିଜ୍ଞ ଭାବରେ ଜଣାଶୁଣା।
୨. ଜେମ୍ସ ବ୍ରେଡ ଟେଲର (୨୧ ଏପ୍ରିଲ ୧୮୯୧ – ୧୭ ଫେବୃଆରୀ ୧୯୪୩), ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ଡେପୁଟି ଗଭର୍ଣ୍ଣର ଏବଂ ଓସବୋର୍ଣ୍ଣ ସ୍ମିଥଙ୍କ ପରେ ଆରବିଆଇର ଦ୍ୱିତୀୟ ଗଭର୍ଣ୍ଣର। ସେ ୧ ଏପ୍ରିଲ ୧୯୩୫ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଥମ ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ। ପରେ ୧ ଜୁଲାଇ ୧୯୩୭ରୁ ୧୭ ଫେବୃଆରୀ ୧୯୪୩ ପର୍ଯ୍ୟନ୍ତ ସେ ଗଭର୍ଣ୍ଣର ପଦରେ ରହିଥିଲେ।
୩. ମହାରାଜା କର୍ଣ୍ଣି ସିଂହ (୨୧ ଏପ୍ରିଲ ୧୯୨୪ – ୬ ସେପ୍ଟେମ୍ବର ୧୯୮୮) ପ୍ରତିଦ୍ୱନ୍ଦ୍ୱିତାମୂଳକ ସୁଟିଂର ଜନକ ବୋଲି ବିବେଚନା କରାଯାଏ। ୧୯୬୧ମସିହାରେ ‘ଅର୍ଜୁନ ପୁରସ୍କାର’ରେ ସମ୍ମାନିତ ହେବାରେ ସେ ଥିଲେ ପ୍ରଥମ ଶୁଟର।
୪. ରାଣୀ ଦ୍ୱିତୀୟ ଏଲିଜାବେଥ୍ ( ୨୧ ଏପ୍ରିଲ୍ ୧୯୨୬) ତାଙ୍କର ସମ୍ପୂର୍ଣ୍ଣ ନାମ – ଏଲିଜାବେଥ୍ ଆଲେକ୍ଜାଣ୍ଡ୍ରା ମେରି। ୫୪ଟି ଦେଶର ମୁଖିଆ ସେ। ସେ ବ୍ରିଟିଶ ମହାରାଣୀ ଭାବରେ ‘ଚର୍ଚ୍ଚ ଅଫ୍ ଇଂଲଣ୍ଡ’ର ସର୍ବୋଚ୍ଚ ଗଭର୍ଣ୍ଣର ଏବଂ ରାଜ୍ୟଗୋଷ୍ଠୀର ୧୬ଟି ସ୍ୱାଧୀନ ସାର୍ବଭୌମ ଦେଶର ସାମ୍ବିଧାନିକ ରାଣୀ ଅଟନ୍ତି। ଦ୍ୱିତୀୟ ଏଲିଜାବେଥଙ୍କ ପିତା ଷଷ୍ଠ ଜର୍ଜ ୧୯୩୬ ମସିହାରେ ବ୍ରିଟେନ ଏବଂ ବ୍ରିଟିଶ ଶାସିତ ଭାରତର ସମ୍ରାଟ ହୋଇଥିଲେ।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ମହମ୍ମଦ ଇକବାଲ (୯ ନଭେମ୍ବର ୧୮୭୭ – ୨୧ ଅପ୍ରେଲ ୧୯୩୮), ଜଣେ ଆଧୁନିକ ମୁସଲମାନ କବି। ଇକବାଲ ତାଙ୍କର ଅଧିକାଂଶ କବିତା ପାର୍ସି ଭାଷାରେ ରଚନା କରିଥିଲେ। “ସାରେ ଜାହାଁ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା” ଇକବାଲଙ୍କ ଦ୍ୱାରା ରଚିତ ଏକ ପ୍ରସିଦ୍ଧ ଗୀତ।
୨. ଶକୁନ୍ତଳା ଦେବୀ (୪ ନଭେମ୍ବର ୧୯୨୯ – ୨୧ ଅପ୍ରେଲ ୨୦୧୩), ସାଧାରଣତଃ “ମାନବ-କମ୍ପ୍ୟୁଟର” ଭାବରେ ପରିଚିତ। ତାଙ୍କ ପ୍ରତିଭାକୁ ଦେଖି ୧୯୮୨ ମସିହାରେ ତାଙ୍କ ନାମ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍’ରେ ମଧ୍ୟ ସ୍ଥାନ ପାଇଥିଲା । ସେ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଗଭୀର ଜ୍ଞାନର ଅଧିକାରିଣୀ ଥିଲେ।
୩. ଜାନକୀ ବଲ୍ଲଭ ପଟ୍ଟନାୟକ (୩ ଜାନୁଆରୀ ୧୯୨୭ – ୨୧ ଅପ୍ରେଲ ୨୦୧୫), ଜଣେ ରାଜନୀତିଜ୍ଞ, ବାଗ୍ମୀ, ସାମ୍ବାଦିକ ଓ ଲେଖକ ଥିଲେ। ୨୦୦୯ରେ ସେ ଆସାମର ରାଜ୍ୟପାଳ ହୋଇଥିଲେ। ଶ୍ରୀ ପଟ୍ଟନାୟକ ୧୯୮୦ରୁ ୧୯୮୯ ଏବଂ ପୁଣି ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ କଂଗ୍ରେସରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ନବୀନ ପଟ୍ଟନାୟକଙ୍କ ପୂର୍ବରୁ ସେ ଦୀର୍ଘ ଦିନ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରଖିଥିଲେ। ସେ ତିରୁପତି ରାଷ୍ଟ୍ରୀୟ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳାଧିପତି, ଅଖିଳ ଭାରତୀୟ ପ୍ରାଚ୍ୟବିଦ୍ୟା ସମ୍ମେଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ୧୯୮୬ ମସିହାରେ ‘ବୈରାଗ୍ୟ ଶତକ’ ଅନୁବାଦ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୦୧ରେ ବଙ୍କିମ ଚନ୍ଦ୍ରଙ୍କ ଉପନ୍ୟାସ ‘ବଙ୍କିମ ଚନ୍ଦ୍ର ଉପନ୍ୟାସମାଳା’ର ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ୨୦୧୧ରେ ଉତ୍କଳ ରତ୍ନ ସମ୍ମାନ ଓ ୨୦୧୨ରେ ସାହିତ୍ୟ ଭାରତୀ ସମ୍ମାନ ପାଇଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୪୫୧ – ଲୋଦି ବଂଶର ପ୍ରତିଷ୍ଠାତା ବହଲୋଲ ଖାଁ ଲୋଦି ଦିଲ୍ଲୀର ଶାସକ ହୋଇଥିଲେ।
୧୫୨୬ – ବାବର ଏବଂ ମୋଗଲ ସାମ୍ରାଜ୍ୟର ଶାସକ ଇବ୍ରାହିମ ଲୋଦିଙ୍କ ମଧ୍ୟରେ ପାନିପତର ପ୍ରଥମ ଯୁଦ୍ଧରେ ଇବ୍ରାହିମ ଲୋଦି ନିହତ ହୋଇଥିଲେ।
୧୫୭୨ – ସ୍ପେନ୍ ବିପକ୍ଷରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୬୫୪ – ଇଂଲଣ୍ଡ ଓ ସ୍ୱିଡେନ ମଧ୍ୟରେ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୭୨୦ – ବାଜି ରାଓ ପ୍ରଥମ ପେଶୱା ବାଲାଜୀ ବିଶ୍ୱନାଥଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ।
୧୭୩୯ – ସ୍ପେନ୍ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୭୮୨ – ବ୍ୟାଙ୍କକ ସହର ପ୍ରତିଷ୍ଠା ହୋଇଥିଲା।
୧୯୪୧ – ଗ୍ରୀସ ନାଜି ଜର୍ମାନୀ ଆଗରେ ଆତ୍ମସମର୍ପଣ କଲା।
୧୯୮୭ – ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବୋମା ବିସ୍ଫୋରଣରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
୧୯୯୬ – ଭାରତୀୟ ବାୟୁସେନାର ସଞ୍ଜୟ ଥାପର ପାରାସୁଟ୍ ମାଧ୍ୟମରେ ଉତ୍ତର ମେରୁରେ ଅବତରଣ କରିଥିଲେ।
୨୦୦୪ – ବାସ୍ରାରେ କ୍ଷେପଣାସ୍ତ୍ର ଆକ୍ରମଣରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା।