ନୂଆପଡ଼ା, ୨୩/୦୪: ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ଯେଠୁପାଲି ଗ୍ରାମରେ ଏକ ଜୁଆଅଡ୍ଡା ଉପରେ ଚଢ଼ାଉ କରାଯାଇଛି। ବହୁ ଦିନରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଆଡ୍ଡା ସକ୍ରିୟ ଥିବା ସୂଚନା ମିଳିଥିଲା। ଏହି କାର୍ଯ୍ୟକଳାପ ଯୋଗୁଁ ଅଞ୍ଚଳର ଯୁବ ଗୋଷ୍ଠୀଙ୍କ ଉପରେ ଖରାପ ପ୍ରଭାବ ପଡୁଛି। ବିଶେଷ ସୂତ୍ରରୁ ଖବର ପାଇ କୋମନା ପୋଲିସ ଯେଠୁପାଲି ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲେ। ସେହି ସ୍ଥାନରୁ ନଗଦ ୪୮,୨୨୫ ଟଙ୍କା, ୧୬ ଗୋଟି ମୋବାଇଲ, ୧୨ ଗୋଟି ଯାନବାହାନ ଜବତ ହେବା ସହ ୨୩ ଜଣ ଜୁଆଡ଼ି ଗିରଫ ହୋଇଛନ୍ତି। ଏହା କୋମନା ଥାନାରେ ଏକ ମାମଲା 96/ 22-04-2025 ରେ ରୁଜୁ ହୋଇଛି। ନୂଆପଡା ଆରକ୍ଷୀ ଅଧିକ୍ଷକ ଜି ଆର ରେଡ୍ଡୀ ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି। ଆଗାମୀ ଦିନରେ ପୋଲିସ ବ୍ୟାପକ ରୂପେ ପଦକ୍ଷେପ ନେବା ସହ ଜୁଆ ଖେଳକୁ ଜିଲ୍ଲାରୁ ଉଛେଦ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ନୂଆପଡା ଏସ ପି ପ୍ରକାଶ କରିଛନ୍ତି।