ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ
କିଛି ଘଣ୍ଟା ପରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର
ନୂଆଦିଲ୍ଲୀ, ୨୩/୦୪: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ସହ ପ୍ରାଣ ହରାଇଥିବା ପ୍ରତିଟି ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସୂଚନାଯୋଗ୍ୟ, ବାଲେଶ୍ୱର ସିପେଟ୍ ର ଆକାଉଣ୍ଟାଣ୍ଟ ପ୍ରଶାନ୍ତ ଶତପଥୀ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ପୁଅଙ୍କ ସହ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଥିବା ବେଳେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏ ନେଇ ତାଙ୍କ ଭାଇ ସୁଶାନ୍ତ କୁମାର ଶତପଥୀଙ୍କୁ ଗତ କାଲି ୨ଟା ୩୦ରେ ଖବର ଆସିଥିଲା।
ଆଜି ପ୍ରଶାନ୍ତଙ୍କ ମରଶରୀର ଓଡ଼ିଶାରେ ଆସି ପହଞ୍ଚିବ। ଶ୍ରୀନଗରରୁ ବାହାରି ଦିଲ୍ଲୀ ଦେଇ ୯ ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବ ପ୍ରଶାନ୍ତଙ୍କ ମରଶରୀର। ଏହା ପରେ ଭୁବନେଶ୍ୱରରୁ ପୁଣି ବାଲେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ପ୍ରଶାନ୍ତଙ୍କ ମୃତଦେହ।