ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ହାଇଟେକ୍ ମେଡିକାଲ୍ କଲେଜ
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ହାଇଟେକ୍ ଗ୍ରୁପ୍ର ବିଶ୍ୱରାଜ୍ ପାଣିଗ୍ରାହୀ ସମ୍ମାନିତ
ଭୁବନେଶ୍ୱର, ୨୯/୦୪: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିର୍ବନ ଆଣି ଓଡିଶାରେ ଏକ ସ୍ୱତନ୍ତ୍ର ଦିଶା ଦେଖାଇଥିବା ହାଇଟେକ୍ ଗ୍ରୁପ୍ କେବଳ ଓଡିଶା ନୁହେଁ, ଆନ୍ଧ୍ରପ୍ରଦେଶରେ ମଧ୍ୟ ମେଡିକାଲ୍ ଶିକ୍ଷାର ପ୍ରଚାର ପ୍ରସାର କରାଇ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିଥିବାରୁ ଓଡିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ହାଇଟେକ୍ ଗ୍ରୁପ୍କୁ ସାଧୁବାଦ୍ ଜଣାଇବା ସହିତ ବିଶ୍ୱରାଜ ପାଣିଗ୍ରାହୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ହାଇଟେକ୍ ଗ୍ରୁପ୍ର କେବଳ ନୁହେଁ, ଏହା ଓଡିଶାବାସୀଙ୍କର ସମ୍ମାନ ବୋଲି ବିଶ୍ୱରାଜ ପାଣିଗ୍ରାହୀ କହିଥିବାବେଳେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏବଂ ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ଶୁରେଶ କୁମାର ପାଣିଗ୍ରାହୀ ମାନ୍ୟବର ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦିନରେ ଏହି ଧାରାକୁ ବଜାୟୀ ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।