ଅଖି ମୁଠୀ ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆକାଉଣ୍ଟକୁ ଆସିଲା ସିଏମ କିଷାନ ଟଙ୍କା

ଭୁବନେଶ୍ୱର, ୩୦/୦୪: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୫୦ ଲକ୍ଷ ଚାଷୀଙ୍କ ଖାତାକୁ ୧ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପଠାଇଛନ୍ତି। ଓୟୁଏଟି ପରିସରରେ ଶୈକ୍ଷିକ କୃଷି ଫାର୍ମ ଠାରେ ଅଖି ମୁଠୀ ଅନୁକୂଳ କରିବା ସହ ହଳ କରି ଧାନ ବୁଣିଛନ୍ତି। ଏହା ପରେ କିଷାନ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ।