ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଅଧିକ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୦୧ ମେ ୨୦୨୫

ଅନ୍ତର୍ଜାତୀୟ ଶ୍ରମିକ ଦିବସ: ଅନେକ ଦେଶରେ ଏହି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଏ। ମେ’ ପହିଲା ବା ମେ’ ମାସର ପ୍ରଥମ ଦିନ ଅନେକ ଦେଶରେ “ଅନ୍ତର୍ଜାତୀୟ ଶ୍ରମିକ ଦିବସ” ଅବସରରେ ସରକାରୀ ଛୁଟି ମଧ୍ୟ ପାଳନ କରାଯାଇଥାଏ। ୧୮୮୬ ମସିହା ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ’ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଦେଶରେ ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା। ପରେ ସାରା ଭାରତ ବର୍ଷରେ ୧୯୨୩ ମସିହାରେ ଏହି ଦିବସ ପାଳନ ହୋଇଥିଲା। ୧୯୨୩ ମସିହାରେ ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଅମର ସହିଦ ବନ୍ଧୁ ସିଂହ (୧ ମଇ ୧୮୩୩ – ୧୨ ଅଗଷ୍ଟ ୧୮୫୮) ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ କି ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିଥିଲେ।

୨. ମହାମାୟା ପ୍ରସାଦ ସିହ୍ନା (୧ ମଇ ୧୯୦୯ – ୧୯୮୭) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ। ମାର୍ଚ୍ଚ ୧୯୬୭ରୁ ଜାନୁଆରୀ ୧୯୬୮ ପର୍ଯ୍ୟନ୍ତ ସେ ବିହାରର ପଞ୍ଚମ ମୁଖ୍ୟମନ୍ତ୍ରୀ ଥିଲେ।

୩. ବଲରାଜ ସାହାନୀ (୧ ମଇ ୧୯୧୩ – ୧୩ ଅପ୍ରେଲ ୧୯୭୩) ଜଣେ ଲେଖକ, ଚିତ୍ରନାଟ୍ୟ ଲେଖକ, ମଞ୍ଚ ଅଭିନେତା, ଚଳଚ୍ଚିତ୍ର ଅଭିନେତା ଏବଂ ଆତ୍ମଜୀବନୀକାର ଥିଲେ।

୪. ମଧୁ ଲିମୟେ (୧ ମଇ ୧୯୨୨ – ୧୯୯୫) ଜଣେ ଭାରତୀୟ ସମାଜବାଦୀ ପ୍ରବନ୍ଧକାର ଓ କର୍ମକର୍ତ୍ତା ଥିଲେ, ବିଶେଷ କରି ୧୯୭୦ ଦଶକରେ ସକ୍ରିୟ ଥିଲେ। ସେ ମୁଖ୍ୟତଃ ସାମ୍ବିଧାନିକ ପ୍ରସଙ୍ଗରେ ଲେଖନ୍ତି।

୫. ଅଜୟ ଠାକୁର ଜଣେ ଭାରତୀୟ ପେସାଦାର କବାଡି ଖେଳାଳି ଏବଂ ଭାରତୀୟ ଜାତୀୟ କବାଡି ଦଳର ପୂର୍ବତନ ଅଧିନାୟକ। ସେ ୨୦୧୬ କବାଡି ବିଶ୍ୱକପ୍ ଏବଂ ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାତୀୟ ଦଳର ସଦସ୍ୟ ଥିଲେ। ସେ ୨୦୧୯ରେ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

ନିର୍ମଳା ଦେଶପାଣ୍ଡେ (୧୯ ଅକ୍ଟୋବର ୧୯୨୯ – ୧ ମଇ ୨୦୦୮) ଜଣେ ଭାରତୀୟ ସାମାଜିକ କର୍ମୀ ଥିଲେ ଯିଏ ଗାନ୍ଧୀ ଦର୍ଶନକୁ ଗ୍ରହଣ କରିଥିଲେ। ୨୦୦୬ ମସିହାରେ ତାଙ୍କୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ରେ ସମ୍ମାନିତ କରାଯାଇଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୭୦୭ – ସ୍କଟଲାଣ୍ଡ ଓ ଇଂଲଣ୍ଡର ମିଶ୍ରଣ ପରେ ଗ୍ରେଟ୍ ବ୍ରିଟେନ୍ ଗଠନ ହୋଇଥିଲା।

୧୮୮୬ – ହଜାର ହଜାର ଶ୍ରମିକ ଚିକାଗୋ ରାସ୍ତାକୁ ଆସି ଆଠ ଘଣ୍ଟିଆ କାର୍ଯ୍ୟ ଦିବସ ଦାବି କରିଥିଲେ। ଏହାକୁ ମନେ ରଖିବା ପାଇଁ ଆଜିର ଦିନକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ।

୧୯୪୫ – ସୋଭିଏତ ଲାଲ ସେନା ବର୍ଲିନ ସହରକୁ ଦଖଲ କରିଥିଲା।

୧୯୬୧ – ଫିଡେଲ କାଷ୍ଟ୍ରୋ ଘୋଷଣା କଲେ ଯେ କ୍ୟୁବାରେ ଆଉ ନିର୍ବାଚନ ହେବ ନାହିଁ।

୧୯୬୨ – ସାହାରାରେ ପ୍ରଥମ ଫ୍ରାନ୍ସ ଭୂତଳ ପରମାଣୁ ପରୀକ୍ଷଣ ହୋଇଥିଲା।

୧୯୮୬ – ଅରୁଣାଚଳ ପ୍ରଦେଶ ଆସାମରୁ ଅଲଗା ହୋଇ ଭାରତରେ ଏକ ସ୍ୱାଧୀନ ରାଜ୍ୟ ଗଠନ କରିଥିଲା।

୧୯୯୭ – ଟୋନି ବ୍ଲେୟାର ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।

୨୦୧୨ – ଅଲକାଏଦା ନେତା ଓସାମା ବିନ୍ ଲାଡେନଙ୍କୁ ପାକିସ୍ତାନରେ ଆମେରିକାର ସ୍ୱତନ୍ତ୍ର ବାହିନୀ ନିପାତ କରିଥିଲା।

୨୦୧୭ – ଓଡ଼ିଶାରେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ‘ସ୍ପାଇଡର୍’ ର ସଫଳ ପରୀକ୍ଷଣ ହୋଇଥିଲା।