ଆଜି ଜାତୀୟ କୋଇଲା ଖଣି ଶ୍ରମିକ ଦିବସ

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ ଏଇ ଦିବସର ଇତିହାସ ଓ ମହତ୍ତ୍ଵ

ଆଜିର ତାରିଖ ୪ ମଇ ୨୦୨୫

କୋଇଲା ଖଣି ଶ୍ରମିକ ଦିବସ:- ପ୍ରତିବର୍ଷ ମେ’ ୪ ତାରିଖରେ କୋଇଲା ଖଣି ଶ୍ରମିକ ଦିବସ ପାଳନ କରାଯାଏ। ଦେଶର ଶକ୍ତି ଆବଶ୍ୟକତାରେ କୋଇଲା ଖଣି ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ କଠିନ ପରିଶ୍ରମ ଏବଂ ବଳିଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।

ସାରା ବିଶ୍ୱରେ ପ୍ରଥମ ଥର ୧୫୭୫ ମସିହାରେ ସ୍କଟଲାଣ୍ଡର ଜର୍ଜ ବ୍ରୁସ୍‌ ଠାରେ କୋଇଲା ଖଣି ଖୋଳାଯାଇଥିଲା। ଭାରତରେ ପ୍ରଥମ କୋଇଲା ଖଣି ୧୭୭୪ ମସିହାରେ ଜନ୍ ସମର ଏବଂ ସୁଟୋନିୟସ୍ ଗ୍ରାଣ୍ଟ ହିଟ୍ଲିଙ୍କ ଦ୍ୱାରା ଖୋଳାଯାଇଥିଲା। ଏହା ରାଣୀଗଞ୍ଜ କୋଲଫିଲ୍ଡରେ ଦାମୋଦର ନଦୀ କୂଳରେ ଥିଲା।

୧୯୫୨ ମସିହାରେ ଖଣି ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନ କୋଇଲା ଖଣି ଶ୍ରମିକମାନଙ୍କୁ ଚିକିତ୍ସା ସେବା ଯୋଗାଇବା, ନିରାପତ୍ତା ସୁନିଶ୍ଚିତ କରିବା ଓ ନିୟମ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିଲା। ପରବର୍ତ୍ତୀ ସମୟରେ ୧୯୭୪ ମସିହାରେ କୋଇଲା ସଂରକ୍ଷଣ ଓ ଖଣି ଶ୍ରମିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ କୋଇଲା ଖଣି ଆଇନ ପ୍ରଣୟନ କରାଯାଇଥିଲା। ତେବେ ୨୦୧୭ ମସିହାରୁ ହିଁ ଜାତୀୟ କୋଇଲା ଖଣି ଶ୍ରମିକ ଦିବସ ପାଳନ କରାଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଜ୍ୟୋତିରିନ୍ଦ୍ରନାଥ ଟାଗୋର (୪ ମଇ ୧୮୪୯ – ୪ ମାର୍ଚ୍ଚ ୧୯୨୫) ଜଣେ ବଙ୍ଗୀୟ ନାଟ୍ୟକାର, ସଙ୍ଗୀତଜ୍ଞ, ସମ୍ପାଦକ ଓ ଚିତ୍ରଶିଳ୍ପୀ ଥିଲେ। ସେ ପ୍ରଥମ ଭାରତୀୟ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ଭାଇ ଥିଲେ। ତାଙ୍କର କେତେକ ଐତିହାସିକ ନାଟକ ହେଉଛି ପୁରୁବିକ୍ରମ (୧୮୭୪), ସରୋଜିନୀ (୧୮୭୫), ଅଶ୍ରୁମତୀ (୧୮୭୯), ସ୍ୱପ୍ନମୟୀ (୧୮୮୨)।

୨. କୟାସମ୍ବଲି ଚେଙ୍ଗାଲୁରୟା ରେଡ୍ଡୀ (୪ ମଇ ୧୯୦୨ – ୨୭ ଫେବୃଆରୀ ୧୯୭୬), କର୍ଣ୍ଣାଟକର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ଯାହା କି ସେହି ସମୟରେ ମହୀଶୂର ରାଜ୍ୟ ଥିଲା। ପ୍ରାରମ୍ଭରେ ସେ ମହୀଶୂର ରାଜ୍ୟର ପ୍ରଜାପକ୍ଷ ପାର୍ଟିର ସଦସ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ସେ ମହୀଶୂର ଚଲୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୪୭ରୁ ୧୯୫୨ ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିଥିଲେ। ପରେ ସେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୩. ଆନ୍ନା ଚାନ୍ଦି ଭାରତର ପ୍ରଥମ ମହିଳା ବିଚାରପତି (୧୯୩୭) ଓ ପରେ ହାଇକୋର୍ଟ ବିଚାରପତି (୧୯୫୯) ଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଟିପୁ ସୁଲତାନ (୨୦ ନଭେମ୍ବର ୧୭୫୦ – ୪ ମଇ ୧୭୯୯), ଟିପୁ ସାହେବ ବା ବାଘ ଅଫ ମୈସୁର ନାମରେ ମଧ୍ୟ ପରିଚିତ, ଦକ୍ଷିଣ ଭାରତର ମହୀଶୂର ରାଜ୍ୟର ମୁସଲମାନ ଶାସକ ଥିଲେ। ଟିପୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଅଦମ୍ୟ ଶତ୍ରୁ ହୋଇ ରହିଥିଲେ। ଟିପୁ ସୁଲତାନ ୧୭୯୯ ମସିହା ମେ ୪ ତାରିଖରେ ଚତୁର୍ଥ ମହୀଶୂର ଯୁଦ୍ଧରେ କର୍ଣ୍ଣାଟକର ବର୍ତ୍ତମାନର ମାଣ୍ଡ୍ୟାସ୍ଥିତ ଶ୍ରୀରଙ୍ଗପାଟଣାଠାରେ ୪୮ ବର୍ଷ ବୟସରେ ହୋଲି (ଡିଡି) ଗେଟ୍ ୱେରେ ମୃତ୍ୟୁବରଣ କରିଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୫୪୦ – ଭେନିସ୍ ଓ ତୁର୍କୀ ମଧ୍ୟରେ କନଷ୍ଟାଣ୍ଟିନୋପଲ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୮୪୬ – ମିଚିଗାନରେ ମୃତ୍ୟୁଦଣ୍ଡକୁ ନିଷେଧ କରାଯାଇଥିଲା।

୧୮୬୯ – ଜାପାନରେ ହାକୋଡାଟେର ନୌସେନା ଯୁଦ୍ଧ ହୋଇଥିଲା।

୧୮୮୮ – ଇଟାଲୀ ଓ ସ୍ପେନ୍ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

୧୮୯୬ – ଲଣ୍ଡନ ଡେଲି ମେଲର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା।

୧୮୯୭ – ଫ୍ରାନ୍ସର ପ୍ୟାରିସ ବଜାରରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦୦ ଲୋକ ପ୍ରାଣ ହରାଇଥିଲେ।

୧୯୨୪ – ପ୍ୟାରିସରେ ଅଷ୍ଟମ ଅଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହୋଇଥିଲା।

୧୯୪୫ – ନେଦରଲାଣ୍ଡ, ଡେନମାର୍କ ଓ ନରୱେରେ ଜର୍ମାନ ସୈନ୍ୟ ଆତ୍ମସମର୍ପଣ କରିଥିଲେ।

୧୯୫୭ – ଆମଷ୍ଟର୍ଡାମରେ ଆନି ଫ୍ରାଙ୍କ ଫାଉଣ୍ଡେସନ ଗଠନ କରାଯାଇଥିଲା।

୧୯୮୩ – ଚୀନ୍ ପରମାଣୁ ପରୀକ୍ଷଣ କରିଥିଲା।

୧୯୮୯ – ଆମେରିକାର ମହାକାଶ ଯାନ ଏସଟିଏସ-୩୦ ଉତକ୍ଷେପଣ ହୋଇଥିଲା। ଏହା ଥିଲା ୨୯ତମ ନାସା ସ୍ପେସ୍ ଶଟଲ ମିଶନ ଏବଂ ସ୍ପେସ୍ ଶଟଲ ଆଟଲାଣ୍ଟିସର ଚତୁର୍ଥ ଅଭିଯାନ। ଏହା ପ୍ରଥମ ଶଟଲ ମିଶନ ଯେଉଁଥିରେ ଜଣେ ମହିଳା ମହାକାଶଚାରୀ ଥିଲେ।