ବିଦେଶୀ ଫିଲ୍ମ ପ୍ରଦର୍ଶିତ ଉପରେ ୧୦୦ ପ୍ରତିଶତ ଶୁକ୍ଳ ଲଗାଇଲା ଆମେରିକା

ଚଳଚ୍ଚିତ୍ର ଶିଳ୍ପକୁ ପୁନରୁଦ୍ଧାର ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ

ନୂଆଦିଲ୍ଲୀ, ୦୫/୦୫: ଆମେରିକୀୟ ଚଳଚ୍ଚିତ୍ର ଶିଳ୍ପକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଣିଜ୍ୟ ବିଭାଗ ଏବଂ ଆମେରିକୀୟ ବାଣିଜ୍ୟ ପ୍ରତିନିଧି (ୟୁଏସଟିଆର)କୁ ଆମେରିକା ବାହାରେ ନିର୍ମିତ ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଟ୍ରମ୍ପ ଆମେରିକୀୟ ଷ୍ଟୁଡିଓ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ପ୍ରଲୋଭିତ କରିବା ପାଇଁ ଲୋଭନୀୟ ପ୍ରୋତ୍ସାହନ ପ୍ରଦାନ କରୁଥିବାରୁ ଅନ୍ୟ ଦେଶଗୁଡ଼ିକୁ ସମାଲୋଚନା କରିଛନ୍ତି ଏବଂ ପରିସ୍ଥିତିକୁ ଉଭୟ ଅର୍ଥନୈତିକ ଏବଂ ଜାତୀୟ ନିରାପତ୍ତା ପ୍ରତି ବିପଦ ବୋଲି ବର୍ଣ୍ଣନା କରିଛନ୍ତି।

ଆମେରିକୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସମୟ ସରି ଆସୁଛି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ୍ କହିଛନ୍ତି, ଏହା ଅନ୍ୟ ରାଷ୍ଟ୍ରମାନଙ୍କର ମିଳିତ ପ୍ରୟାସ ଏବଂ ତେଣୁ ଏହା ଜାତୀୟ ନିରାପତ୍ତା ପ୍ରତି ବିପଦ। ଆମେ ଆମେରିକାରେ ପୁଣି ଥରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛୁ। ନୂତନ ଶୁଳ୍କର ଉଦ୍ଦେଶ୍ୟ ହେଉଛି ଷ୍ଟୁଡିଓଗୁଡ଼ିକୁ ଆମେରିକା ମାଟିରେ ସେମାନଙ୍କ କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିବା।