ରୋହିତଙ୍କ କ୍ୟାରିୟରକୁ ନେଇ ବଡ଼ ଘୋଷଣା

ରୋହିତଙ୍କ ପରେ ଅଧିନାୟକ ଭାର ନେବେ ଏହି କ୍ରିକେଟର

ନୂଆଦିଲ୍ଲୀ, ୦୭/୦୫: ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ନିଜ କ୍ୟାରିୟରକୁ ନେଇ ବଡ଼ ଘୋଷଣା କରିଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା ହେବାର କିଛି ସପ୍ତାହ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରୋହିତ। ସେ ଏହି ଘୋଷଣା କରିଛନ୍ତି। କିନ୍ତୁ ଦିନିକିଆରେ ସେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ ବୋଲି ନିଶ୍ଚିତ କରିଛନ୍ତି।

“ମୁଁ କେବଳ କହିବାକୁ ଚାହେଁ ଯେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେଉଛି। ଇଂଲଣ୍ଡରେ ଭାରତକୁ ପ୍ରତିନିଧିତ୍ୱ କରିବା ଅତ୍ୟନ୍ତ ଗୌରବର ବିଷୟ। ବର୍ଷ ବର୍ଷ ଧରି ସମସ୍ତଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଦିନିକିଆ ଫର୍ମାଟରେ ମୁଁ ଭାରତର ପ୍ରତିନିଧିତ୍ୱ ଜାରି ରଖିବି” ବୋଲି ରୋହିତ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି।

ମିଳିଥିବା ଖବର ମୁତାବକ, ରୋହିତଙ୍କୁ ଟେଷ୍ଟ ଅଧିନାୟକ ପଦରୁ ବହିଷ୍କାର କରାଯାଇଥିବା ଖବର ଭାଇରାଲ ହେବାର କିଛି ମିନିଟ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୁରନ୍ତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ତେବେ ରୋହିତଙ୍କ ପରେ ଟେଷ୍ଟ କ୍ରିକେଟରେ କିଏ ଅଧିନାୟକ ଦାୟିତ୍ୱ ତୁଲାଇବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଉପଅଧିନାୟକ ହୋଇଥିବାରୁ ସେ ଅଧିନାୟକ ହେବାର ସମ୍ଭାବନା ରହିଛି। କିନ୍ତୁ ଟେଷ୍ଟ ଫର୍ମାଟ ପାଇଁ ସେ ଅନଫିଟ ଏକ ସମସ୍ୟା ହୋଇପାରେ। ସେହିପରି ଟେଷ୍ଟ ପାଇଁ ଶୁବମନ ଗିଲ, କେଏଲ୍ ରାହୁଲ ଓ ଋଷଭ ପନ୍ତ ମଧ୍ୟ ଅଧିନାୟକ ହୋଇପାରନ୍ତି। ତେବେ ରାହୁଲଙ୍କ ପାଖରେ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେବାର ଅଭିଜ୍ଞତା ଥିବାରୁ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।