ରେଡକ୍ରସ ପ୍ରତିଷ୍ଠା ପଛରେ ରହିଛି ଏହି ମହାନ ବ୍ୟକ୍ତିଙ୍କ ଭୂମିକା

ଆଜି ବିଶ୍ୱ ପାଳୁଛି ଗର୍ଭାଶୟ କର୍କଟ ଦିବସ

ଏଇଭଳି ପ୍ରମୁଖ ତଥ୍ୟ ଜାଣିବା ପାଇଁ ଭିଜିଟ୍ କରନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’

ଆଜିର ତାରିଖ ୮ ମଇ ୨୦୨୫

ବିଶ୍ୱ ରେଡକ୍ରସ ଦିବସ:- ପ୍ରତିବର୍ଷ ମେ ୮ ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଏହି ରେଡକ୍ରସରେ ଅନେକ ସ୍ବେଛାସେବୀ ସଂଗଠନ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଡ଼ି ହୋଇ ସ୍ୱଇଚ୍ଛାରେ ଆବଶ୍ୟକ ଲୋକଙ୍କୁ ସହାୟତା କରିଥାନ୍ତି। ଏହି ରେଡକ୍ରସ ପ୍ରତିଷ୍ଠା ପଛରେ ରହିଛି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଭୂମିକା।

ଅନ୍ତର୍ଜାତୀୟ କମିଟି ଅଫ୍ ରେଡ୍ କ୍ରସ୍ (ଆଇସିଆରସି) ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ ୮ ତାରିଖରେ ବିଶ୍ୱ ରେଡ୍ କ୍ରସ୍ ଦିବସ ପାଳନ କରାଯାଏ। ୧୮୨୮ ମସିହାରେ ଜନ୍ମଗ୍ରହଣ କରିଥିବା ଡୁନାଣ୍ଟ ୧୮୫୯ ମସିହାରେ ସୋଲଫେରିନୋ ଯୁଦ୍ଧର ସାକ୍ଷୀ ହୋଇଥିଲେ, ଯେଉଁଠାରେ ସେ ଆହତ ସୈନିକ ମାନଙ୍କ ଦୁଃଖ ଏବଂ ସେମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଅଭାବରୁ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଏହି ଅଭିଜ୍ଞତା ତାଙ୍କୁ ପରବର୍ତ୍ତୀ ସମୟରେ ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିରପେକ୍ଷ ସଂଗଠନ ଗଠନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ।

ଡୁନାଣ୍ଟଙ୍କ ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ ଆଇଆରସିଟିସି ୧୮୬୩ ମସିହାରେ ପ୍ରତିଷ୍ଠିତ ହୋଇଥିଲା, ଯାହା ବିଶ୍ୱ ରେଡ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ଆନ୍ଦୋଳନର ମୂଳଦୁଆ ପକାଇଲା। ତାଙ୍କର କାର୍ଯ୍ୟକୁ ସ୍ୱୀକୃତି ଦେଇ, ଡୁନାଣ୍ଟ ୧୯୦୧ ମସିହାରେ ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

 

ଗର୍ଭାଶୟ କର୍କଟ ଦିବସ:- ଗର୍ଭାଶୟ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଶୀଘ୍ର ଚିହ୍ନଟ କରି ନିରାକରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ୮ ତାରିଖକୁ ବିଶ୍ୱ ଗର୍ଭାଶୟ କର୍କଟ ଦିବସ ଭାବେ ପାଳନ କରାଯାଏ।

 

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ସ୍ୱାମୀ ଚିନ୍ମୟାନନ୍ଦ ସରସ୍ୱତୀ (୮ ମଇ ୧୯୧୬ – ୩ ଅଗଷ୍ଟ ୧୯୯୩), ଜଣେ ହିନ୍ଦୁ ଆଧ୍ୟାତ୍ମିକବାଦୀ ଥିଲେ। ଯିଏ କି ଉପନିଷଦ ଜ୍ଞାନ ପ୍ରସାର ପାଇଁ ଚିନ୍ମୟ ମିଶନ ଗଠନକୁ ପ୍ରେରଣା ଦେଇଥିଲେ।

୨. ରମେଶ ଚନ୍ଦ୍ର ଝା (୮ ମଇ ୧୯୨୮ – ୭ ଅପ୍ରେଲ ୧୯୯୪), ଜଣେ ଭାରତୀୟ କବି, ଔପନ୍ୟାସିକ, ସାମ୍ବାଦିକ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ମୁଖ୍ୟତଃ ତାଙ୍କ କବିତାରେ ଲୋକଙ୍କ ଜୀବନ ସଂଗ୍ରାମ ଉପରେ ଲେଖୁଥିଲେ।

୩. ଶିବାଜୀରାଓ ଅଧଲାରାଓ ପାଟିଲ (୮ ମେ ୧୯୫୬), ଶିରୁର ଲୋକସଭାର ସାଂସଦ ଏବଂ ଶିବସେନାର ସଦସ୍ୟ।

୪. ପିଆର ଶ୍ରୀଜେଶ (୮ ମେ ୧୯୮୮), ଜଣେ ଭାରତୀୟ ପେସାଦାର ଫିଲ୍ଡ ହକି ଖେଳାଳି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ସେ ୨୦୧୫ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଏଚ.ସି. ହ୍ଵାଇଟହେଡ୍ (୧୧ ନଭେମ୍ବର ୧୯୦୪ – ୮ ମଇ ୧୯୬୦), ହେନରୀ ନାମରେ ପରିଚିତ, ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ।

୨. ଅବ୍ଦୁଲ ରଜାକ୍ ମହମ୍ମଦ (୧ ଅଗଷ୍ଟ ୧୯୦୬ – ୮ ମଇ ୧୯୭୮), ମରିସସର ସ୍ୱାଧୀନତା ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ମରିସସରେ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ପୂର୍ବତନ ମନ୍ତ୍ରୀ ଥିଲେ।

୩. କନୱର ବାହାଦୁର ସିଂହ (୫ ଅଗଷ୍ଟ ୧୯୧୦ – ୮ ମଇ ୨୦୦୭), ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ। ସେନାରୁ ଅବସର ନେବା ପରେ ସେ ୧୬ ମଇ ୧୯୬୭ରୁ ୨୪ ଜାନୁଆରୀ ୧୯୭୧ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶର ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୮୮୬ – ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଥଣ୍ଡା ପାନୀୟ କୋକାକୋଲାର ଉତ୍ପାଦନ ଆରମ୍ଭ ହୋଇଥିଲା।

୧୯୦୧ – ବ୍ରିଟିଶ ନିଯୁକ୍ତ ଆୟୋଗ ଏକ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ଯେ, ୧୮୯୯ ମସିହାରୁ ହୋଇଥିବା ଭୟଙ୍କର ମରୁଡି ଯୋଗୁଁ ୧,୨୫୦,୦୦୦ ଭାରତୀୟ ପ୍ରାଣ ହରାଇଥିଲେ।

୧୯୦୧ – ଅଷ୍ଟ୍ରେଲୀୟ ଲେବର ପାର୍ଟି ପ୍ରତିଷ୍ଠା ହୋଇଥିଲା।

୧୯୮୪ – ଫ୍ରାନ୍ସ ଆଇସଲାଣ୍ଡରେ ପରମାଣୁ ପରୀକ୍ଷଣ କରିଥିଲା।

୧୯୯୭ – ଚାଇନାର ସାଉଥ ଏୟାରଲାଇନ୍ସର ବିମାନ ୩୪୫୬ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିଲା।

୨୦୧୦ – ଛତିଶଗଡ଼ର ଦାନ୍ତେୱାଡାରେ ସିଆରପିଏଫ ଯବାନଙ୍କ ଉପରକୁ ବୋମା ମାଡ଼ କରାଯାଇଥିଲା, ଯେଉଁଥିରେ ୮ ଜଣ ଯବାନ ସହିଦ ହୋଇଥିଲେ।