ଓଃ କି ଭୟଙ୍କର! ଏୟାର ଷ୍ଟ୍ରାଇକକୁ ନେଇ ଟ୍ରମ୍ପଙ୍କ ବୟାନ

ଭୟରେ ପାକିସ୍ତାନ: ସମ୍ପର୍କ ସଜାଡିବାକୁ ଲାଗିଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ, ୦୮/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶ ପାଇଁ ଶାନ୍ତି ଅପିଲ କରିଛନ୍ତି। ଉଭୟ ଦେଶକୁ ଯେକୌଣସି ମୁହୂର୍ତ୍ତରେ ସାହାଯ୍ୟ କରିବାକୁ ଆଗେଇ ଆସିବେ ବୋଲି କହିଛନ୍ତି। ସେ ଦୁଇ ଦେଶ ମଧ୍ୟରେ ବଢୁଥିବା ବିବାଦ ବନ୍ଦ ହେବା ପାଇଁ ଚାହିଁଛନ୍ତି।

“ଓଃ ଏହା ବହୁତ ଭୟଙ୍କର। ମୁଁ ଉଭୟଙ୍କ ସହ ମିଶେ। ମୁଁ ଉଭୟଙ୍କୁ ଭଲ ଭାବରେ ଜାଣିଛି। ସେମାନଙ୍କୁ କାମ କରୁଥିବା ଦେଖିବାକୁ ଚାହୁଁଛି, ମୁଁ ସେମାନଙ୍କୁ ଅଟକାଇବାକୁ ଚାହୁଁଛି। ଆଶା କରୁଛି ସେମାନେ ଏବେ ଅଟକିଯିବେ। ଉଭୟଙ୍କ ସହ ଭଲ ସମ୍ପର୍କ ରହିଛି ଏବଂ ମୁଁ ଏହାକୁ ବନ୍ଦ କରିବାକୁ ଚାହୁଁଛି। ଏବଂ ଯଦି ମୋ ଦ୍ୱାରା କିଛି ସାହାଯ୍ୟ କରିବା ପାଇଁ ହୁଏ, ତାହାଲେ ମୁଁ କରିବି। ଉଭୟ ଦେଶରେ ଶତ୍ରୁତା ବନ୍ଦ ହେବା ଦରକାର” ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ଓ ପାକ୍ ଅଧିକୃତ ଜମ୍ମୁ-କଶ୍ମୀରର ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏଥିରେ ୮୦ରୁ ଉର୍ଦ୍ଧ୍ବ ଆତଙ୍କୀ ନିପାତ ହୋଇଛନ୍ତି।