ନୂଆଦିଲ୍ଲୀ, ୦୮/୦୫: ‘ଅପରେସନ ସିନ୍ଦୂର’ ପରେ ରାଗରେ ଜର୍ଜରିତ ହେଉଛି ପାକିସ୍ତାନ। ରାତି ହେବା ପରେ ଜମ୍ମୁ ଏୟାରପୋର୍ଟରେ ଆକ୍ରମଣ କରିଛି। ଆକାଶମାର୍ଗରୁ ୮ଟି ମିସାଇଲ ଆକ୍ରମଣ କରିଥିଲା ପାକିସ୍ତାନ। ଏସ-୪୦୦ ଜରିଆରେ ରକେଟ୍ ଖସାଇଲା।
ଜମ୍ମୁର ଡିଫେନ୍ସ କଲୋନୀ ପାଖରେ ବିସ୍ଫୋରଣ ଶବ୍ଦ ହେବା ପରେ ସାଇରନ ବାଜିଥିଲା। ଏହା ପରେ ସମ୍ପୂର୍ଣ୍ଣ ଜମ୍ମୁରେ ବ୍ଲାକ ଆଉଟ କରାଯାଇଛି।