ନୂଆଦିଲ୍ଲୀ, ୦୮/୦୫: ଭାରତ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିବା ପରେ ଭାରତ ଉପରେ ପାଲଟା ଜବାବ ଦେଉଛି ପାକିସ୍ତାନ। ତେବେ ଭାରତର ଡିଫେନ୍ସ ସିଷ୍ଟମ ଆଗରେ ଫେଲ ମାରୁଛି ପାକିସ୍ତାନର ସବୁ କୌଶଳ। ପାକିସ୍ତାନ ବାୟୁସେନାର ଏକ ଏଫ୍-୧୬ ସୁପରସୋନିକ୍ ଲଢୁଆ ବିମାନକୁ ଭାରତୀୟ ଭୂପୃଷ୍ଠରୁ ମିସାଇଲ ଡିଫେନ୍ସ ସିଷ୍ଟମ ଖସାଇ ଦେଇଛି। ଜମ୍ମୁ ସିଭିଲ ଏୟାରପୋର୍ଟ, ସମ୍ବା, ଆରଏସ ପୁରା, ଆରନିଆ ଏବଂ ଆଖପାଖ ଅଞ୍ଚଳକୁ ଲକ୍ଷ୍ୟ କରି ଆଠଟି ମିସାଇଲ ନିକ୍ଷେପ କରିଥିଲା ପାକିସ୍ତାନ। ପାକିସ୍ତାନର ସବୁ ୮ ମିସାଇଲକୁ ଧ୍ୱଂସ କରି ଦେଇଛି ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400।
Prev Post
Next Post