ଜଳ..ସ୍ଥଳ..ବାୟୁ.. ରେ ପାକିସ୍ତାନକୁ ଆକ୍ରମଣ

କରାଚିରେ ଗର୍ଜିଲା ଆଇଏନଏସ ବିକ୍ରାନ୍ତ

ନୂଆଦିଲ୍ଲୀ, ୦୯/୦୫: କରାଚିରେ ବିପର୍ଯ୍ୟୟ ଘଟାଇଲା ଆଇଏନଏସ ବିକ୍ରାନ୍ତ। ଭାରତୀୟ ବାୟୁସେନା ପରେ ନୌସେନା ମଧ୍ୟ ଆକ୍ସନକୁ ଆସିଛି। ଆରବ ସାଗରରେ ଅବସ୍ଥାପିତ ଆଇଏନଏସ ବିକ୍ରାନ୍ତ କରାଚିକୁ ଟାର୍ଗେଟ କରି ବ୍ୟାପକ କ୍ଷୟକ୍ଷତି କରିବା ଆରମ୍ଭ କରିଛି। ନୌସେନା ଆକ୍ରମଣ ଯୋଗୁଁ କରାଚି ବନ୍ଦର ସମେତ ସହରରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ପାକିସ୍ତାନର କରାଚି ଏବଂ ଓରମାରା ବନ୍ଦରରେ ଆଇଏନଏସ ବିକ୍ରାନ୍ତରୁ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି। ଉଭୟ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଆଇଏନ୍ଏସ୍ ବିକ୍ରାନ୍ତ ହେଉଛି ୨୦୨୨ରେ କାର୍ଯ୍ୟକ୍ଷମ ହୋଇଥିବା ଏକ ବିମାନବାହୀ ଜାହାଜ। ପାକିସ୍ତାନକୁ ଜବାବ ଦେବା ପାଇଁ ଭାରତର ତିନୋଟି ସଶସ୍ତ୍ର ବାହିନୀ ଯଥା ସ୍ଥଳସେନା, ବାୟୁସେନା ଏବଂ ନୌସେନାକୁ ମୁତୟନ କରାଯାଇଛି।