ନୂଆଦିଲ୍ଲୀ, ୦୯/୦୫: ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଓ ଭାରତ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ତୀବ୍ର ହୋଇଥିବା ବେଳେ ଜଣେ ପାକିସ୍ତାନୀ ପାଇଲଟ୍ ଧରାପଡ଼ିଥିବା ଜଣାଯାଇଛି। ଜମ୍ମୁର ଅଖନୁରରେ F-16ଏବଂ ରାଜସ୍ଥାନର ଜୈସଲମେର ସେକ୍ଟରର ପୋଖରାନର ଲାଠି ନିକଟରେ JF-17 ବିମାନ ଖସାଇଥିବା ବେଳେ ଏଥିରୁ ଜୀବନ୍ତ ଧରା ପଡ଼ିଛନ୍ତି ଦୁଇ ଜଣ ପାଇଲଟ। ପାଇଲଟଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନରୁ ଓହ୍ଲାଇବା ପରେ ପାଇଲଟଙ୍କୁ ଅଟକ ରଖାଯାଇଛି।
ଲାହୋର ଓ ଇସଲାମାବାଦ ସମେତ ଏକାଧିକ ସ୍ଥାନରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ୪ଟି ଲଢୁଆ ବିମାନକୁ ଖସାଇ ଦିଆଯାଇଛି। ଏହାବ୍ୟତୀତ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପାକିସ୍ତାନ ବାୟୁସେନାର ଏକ ଆୱାକ୍ସ (ଏୟାରବୋର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ)କୁ ମଧ୍ୟ ଖସାଇ ଦିଆଯାଇଛି। ଜମ୍ମୁ-କଶ୍ମୀରରେ ଭାରତର ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ୮ଟି ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ନଷ୍ଟ କରିଛି ଭାରତ।