ନୂଆଦିଲ୍ଲୀ, ୦୯/୦୫: ଆଇପିଏଲ୍ ମ୍ୟାଚ ବନ୍ଦ୍ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି। ଦେଶଠାରୁ ବଡ଼ ନୁହେଁ କ୍ରିକେଟ୍ ବୋଲି କହିଛି ବିସିସିଆଇ। ଆଇପିଏଲ୍ କୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଘୋଷଣା କରିଛି। ଏକ ବିବୃତିରେ ବୋର୍ଡ କହିଛି ଯେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଜାରି ରଖିବ ଏବଂ ପାକିସ୍ତାନ ବିରୋଧରେ ପ୍ରତିଆକ୍ରମଣର ନେତୃତ୍ୱ ନେଉଥିବା ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଉଛି ବିସିସିଆଇ।
ସୂଚନାଯୋଗ୍ୟ, ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ସ୍ଵରୁପ ଭାରତ ଅପରେସନ ସିନ୍ଦୂର ଅଧିନରେ ପାକିସ୍ତାନ ଉପରେ ଆକ୍ରମଣ କରିଛି। ତେଣୁ ଦେଶର ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଭିନ୍ନ ଏୟାରପୋର୍ଟ ବନ୍ଦ କରିବା ସହ ବିମାନସେବା ମଧ୍ଯବାତିଲ କରାଯାଇଥିଲା। ଗତ କାଲି ଧର୍ମଶାଳାରେ ଚାଲୁଥିବା ଆଇପିଏଲ ମ୍ୟାଚକୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରାଯାଇଥିଲା।