ଏଇ ଦିନ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ

ଜାଣନ୍ତୁ କେମିତି ରେଜଲ୍ଟ ଚେକ୍ କରିବେ

ଭୁବନେଶ୍ୱର, ୧୨/୦୫: ଚଳିତ ସପ୍ତାହରେ ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ତେବେ ବୋର୍ଡ ପକ୍ଷରୁ ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଚଳିତ ସପ୍ତାହରେ ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ନିମ୍ନରେ ଦିଆଯାଇଥିବା ୱେବସାଇଟ ଲିଙ୍କରେ ପରୀକ୍ଷାଫଳ ଦେଖି ପାରିବେ।

cbseresults.nic.in

results.cbse.nic.in

cbse.nic.in

results.digilocker.gov.in

results.gov.in.

ଚଳିତ ବର୍ଷ ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ରେ ଶେଷ ହୋଇଥିଲା। ସମସ୍ତ ପରୀକ୍ଷା ଦିନ ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ସିଙ୍ଗଲ ସିଫ୍ଟରେ ଅନୁଷ୍ଠିତ ହୋଇଥିଲା। ୨୦୨୫ ଫେବ୍ରୁଆରି ୧୫ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହୋଇଥିଲା। ସମସ୍ତ ପରୀକ୍ଷା ଦିନ ସକାଳ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଦଶମ ଏବଂ ଦ୍ବାଦଶରେ ମୋଟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦଶମରେ ୨୪ ଲକ୍ଷ ୧୨ ହଜାର ଏବଂ ଦ୍ବାଦଶ ଶ୍ରେଣୀରେ ୧୭ ଲକ୍ଷ ୮୮ ହଜାର ପରିକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।