ପୁଣି ସୀମାନ୍ତ ରାଜ୍ୟରେ ପାକିସ୍ତାନ ଡ୍ରୋନ, ଶୁଭିଲା ବିସ୍ଫୋରଣ

ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ

ଜମ୍ମୁ-କାଶ୍ମୀର ଓ ପଞ୍ଜାବର କିଛି ଅଞ୍ଚଳ ବ୍ଲାକ ଆଉଟ

ନୂଆଦିଲ୍ଲୀ, ୧୨/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶବାସୀଙ୍କୁ ସମ୍ବୋଧନ କରିବାର କିଛି ସମୟ ପରେ ପୁଣି ଜମ୍ମୁ-କାଶ୍ମୀରର ଜମ୍ମୁ-କଶ୍ମୀରର ସାମ୍ବା ଏବଂ ପଞ୍ଜାବର ଜଳନ୍ଧରରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି। ଡ୍ରୋନକୁ ଖସାଇ ଦେଇଛି ଭାରତୀୟ ସେନା। ସବୁ ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରିଛି ଭାରତର ଏୟାର ଡିଫେନ୍ସ ସିଷ୍ଟମ। ଅନ୍ୟପଟେ ପଞ୍ଜାବର ହୋସିଆରପୁରର ଦାସୁଆ ଅଞ୍ଚଳରେ ୭-୮ଟି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ ଶୁଣିଛନ୍ତି। ଏ ନେଇ ହୋସିଆରପୁର, ପଠାନକୋଟ, ବୈଷ୍ଣୋ ଦେବୀ ଭବନ ପରିସରରେ ତୁରନ୍ତ ବ୍ଲାକ୍ ଆଉଟ୍ କରାଯାଇଥିଲା। ଜଳନ୍ଧର ଜିଲ୍ଲାର ସୁରାନାସୀ ଗାଁ ନିକଟରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ତେବେ କିଛି ଭୟଭୀତ ହେବାର ନାହିଁ ଏବଂ ସେପରି ବିପଦ ସୃଷ୍ଟି ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି।