ଏଇ ଦିନ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା

ଏଭଳି ଆହୁରି ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ବିଷୟରେ ପଢନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୧୩ ମଇ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. ଫଖରୁଦ୍ଦିନ ଅଲ୍ଲୀ ଅହମ୍ମଦ (୧୩ ମଇ ୧୯୦୫ – ୧୧ ଫେବୃଆରୀ ୧୯୭୭), ଜଣେ ଭାରତୀୟ ଆଇନଜୀବୀ ଏବଂ ରାଜନୀତିଜ୍ଞ। ସେ ୧୯୭୪ରୁ ୧୯୭୭ ପର୍ଯ୍ୟନ୍ତ ଭାରତର ପଞ୍ଚମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।

୨. ଅସଦୁଦ୍ଦିନ ଓୱେସି ଜଣେ ଭାରତୀୟ ରାଜନେତା ଏବଂ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ ର ସଭାପତି। ସେ ହାଇଦ୍ରାବାଦରୁ ଜଣେ ଲୋକସଭା ସାଂସଦ।

୩. ରବି ଶଙ୍କର ଜଣେ ଆଧ୍ୟାତ୍ମିକବାଦୀ। ସେ ୧୯୮୧ ମସିହାରେ “ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ” ପ୍ରତିଷ୍ଠା କରିଥିଲେ। ତାଙ୍କୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ଆର୍.କେ.ନାରାୟଣ (୧୦ ଅକ୍ଟୋବର ୧୯୦୬ – ୧୩ ମଇ ୨୦୦୧), ଜଣେ ଭାରତୀୟ ଲେଖକ। ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର, ଫିଲ୍ମଫେୟାର ପୁରସ୍କାର ଏବଂ ପଦ୍ମଭୂଷଣ ମିଳିଥିଲା।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୬୪୩ – ଚିଲିରେ ପ୍ରଳୟଙ୍କରୀ ଭୂମିକମ୍ପରେ ବହୁ ଲୋକ ପ୍ରାଣ ହରାଇଥିଲେ।

୧୬୪୮ ଦିଲ୍ଲୀରେ ଲାଲକିଲ୍ଲା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା‌।

୧୮୩୦ – ଇକ୍ୱେଡର ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା, ଜୁଆନ୍ ଜୋସେ ଫ୍ଲୋରେନ୍ସ ଏହାର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।

୧୯୫୨ – ସ୍ୱାଧୀନ ଭାରତର ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା।

୧୯୫୮ – ଜୋର୍ଡାନ ଓ ଇରାକ ଆରବ ସଂଘ ପ୍ରତିଷ୍ଠା କରିଥିଲେ।

୧୯୬୨ – ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଦେଶର ଦ୍ବିତୀୟ ରାଷ୍ଟ୍ରପତି ହୋଇଥିଲେ।

୧୯୫୨ – ଜବାହରଲାଲ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୬୭ – ଜାକିର ହୁସେନ ଭାରତର ତୃତୀୟ ରାଷ୍ଟ୍ରପତି ହୋଇଥିଲେ।