ଅପରେସନ କିଲର: ସେନା ଗୁଳିରେ ୩ ଲସ୍କର ଆତଙ୍କୀ ସଫା

ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ, ୧୩/୦୫: ଜମ୍ମୁ-କାଶ୍ମୀରର ସୋପିଆନରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୩ ଲସ୍କର ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ଥାଇ ପାରନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀର ସୁରକ୍ଷା କର୍ମୀମାନେ ପ୍ରାୟ ୨ ଘଣ୍ଟା ଧରି ଆତଙ୍କବାଦୀଙ୍କ ସହ ଲଢ଼େଇ କରୁଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାବାହିନୀ ପକ୍ଷରୁ ଏହି ସର୍ଚ୍ଚ ଅପରେସନ କରାଯାଇଥିଲା।

ମେ ୧୩ ତାରିଖରେ ସୋପିଆନର ସୋକାଲ କିଲରରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ର ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ଆଧାରରେ ଭାରତୀୟ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନ ସମୟରେ ଆତଙ୍କବାଦୀମାନେ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା, ଯାହାଫଳରେ ୩ ଜଣ ହାର୍ଡକୋର ଆତଙ୍କବାଦୀ ନିପାତ ହୋଇଥିଲେ। ଅପରେସନ କିଲର ନାଁରେ ଏହି ଅଭିଯାନ ଚଳାଇଥିଲେ ସୁରକ୍ଷାବାହିନୀ।