ଆଜିର ତାରିଖ ୧୭ ମଇ ୨୦୨୫
* ବିଶ୍ୱ ଦୂରସଂଚାର ଏବଂ ସୂଚନା ସମାଜ ଦିବସ:- ୧୮୬୫ ମସିହା ମଇ ୧୭ ତାରିଖରେ ଅନ୍ତର୍ଜାତୀୟ ଦୂରସଂଚାର ୟୁନିୟନ ପ୍ରତିଷ୍ଠା ଅବସରରେ ଏହି ଦିନକୁ ‘ବିଶ୍ୱ ଦୂରସଂଚାର ଦିବସ’ ଭାବେ ପାଳନ କରାଯାଉଥିଲା। ୧୯୭୩ ମସିହାରେ ମାଲାଗା-ଟୋରେମୋଲିନୋସରେ ପ୍ଲେନିପୋଟେଣ୍ଟିଆରୀ ସମ୍ମିଳନୀ ଦ୍ୱାରା ଏହା ପ୍ରତିଷ୍ଠା କରାଯାଇଥିଲା। ଇଣ୍ଟରନେଟ୍ ଏବଂ ନୂତନ ଜ୍ଞାନକୌଶଳ ଦ୍ୱାରା ଅଣାଯାଇଥିବା ସାମାଜିକ ପରିବର୍ତ୍ତନ ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ବିଶ୍ୱ ସୂଚନା ସମାଜ ଦିବସ
୨୦୦୫ ମସିହାରେ ଟ୍ୟୁନିସରେ ସୂଚନା ସମାଜ ଉପରେ ବିଶ୍ୱ ଶିଖର ସମ୍ମିଳନୀ ପରେ ମିଳିତ ଜାତିସଂଘର ସାଧାରଣ ସଭାରେ ପ୍ରସ୍ତାବ ଦ୍ୱାରା ବିଶ୍ୱ ସୂଚନା ସମାଜ ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା।
ବିଶ୍ୱ ଦୂରସଂଚାର ଓ ସୂଚନା ସମାଜ ଦିବସ
୨୦୦୬ ମସିହା ନଭେମ୍ବର ମାସରେ ତୁର୍କୀର ଅଣ୍ଟାଲ୍ୟାଠାରେ ଅନୁଷ୍ଠିତ ଟେଲିକମ୍ୟୁନିକେସନ୍ ୟୁନିୟନ ପ୍ଲେନିପୋଟେଣ୍ଟିଆରୀ ସମ୍ମିଳନୀରେ ମେ ୧୭ ରେ ଉଭୟ କାର୍ଯ୍ୟକ୍ରମକୁ ବିଶ୍ୱ ଦୂର ସଂଚାର ଓ ସୂଚନା ସମାଜ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
* ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ:- ବିଶ୍ୱ ଉଚ୍ଚ ରକ୍ତଚାପ ଲିଗ୍ (ଡବ୍ଲ୍ୟୁଏଚ୍ଏଲ୍) ଦ୍ୱାରା ଆରମ୍ଭ କରାଯାଇଥିଲା ଏହି ଦିବସ। ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଗୋବିନ୍ଦ ସଖାରାମ ସରଦେଶାଇ (୧୭ ମଇ ୧୮୬୫ – ୨୯ ନଭେମ୍ବର ୧୯୫୯) ମହାରାଷ୍ଟ୍ରର ଜଣେ ଇତିହାସବିତ। ସରଦେଶାଇ ମରାଠୀ ରିୟାସାତର ୮ ଖଣ୍ଡ, ମୁସଲମାନୀ ରିୟାସାତର ୩ ଖଣ୍ଡ ଏବଂ ବ୍ରିଟିଶ ରିୟାସାତର ୨ ଖଣ୍ଡ ରଚନା କରିଥିଲେ। ତାଙ୍କ କାର୍ଯ୍ୟ ପାଇଁ ୧୯୫୭ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
୨. ଶାନ୍ତକୁମାରୀ (୧୭ ମଇ ୧୯୨୦ – ୧୬ ଜାନୁଆରୀ ୨୦୦୬), ଜଣେ ସଙ୍ଗୀତ କଳାକାର ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ। ତେଲୁଗୁ ସିନେମାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୧୯୯୮ରେ ରଘୁପତି ଭେଙ୍କେୟା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
୩. ହଂସରାଜ ଭରଦ୍ୱାଜ (୧୭ ମଇ ୧୯୩୭ – ୮ ମାର୍ଚ୍ଚ ୨୦୨୦), ଜଣେ ରାଜନେତା ଯିଏ କି ୨୦୦୯ରୁ ୨୦୧୪ ମଧ୍ୟରେ କର୍ଣ୍ଣାଟକର ରାଜ୍ୟପାଳ ହୋଇଥିଲେ। ସେ ୨୦୧୨ରୁ ୨୦୧୩ ପର୍ଯ୍ୟନ୍ତ କେରଳର ରାଜ୍ୟପାଳ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।
୪. ପଙ୍କଜ ଉଧାସ (୧୭ ମଇ ୧୯୫୧), ଜଣେ ଗଜଲ ଗାୟକ। ୨୦୦୬ ମସିହାରେ ଗଜଲ ଗୀତ କଳାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ମଧ୍ୟ ମିଳିଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
କେ ଦୋରାଇସ୍ୱାମୀ (୨୧ ଅଗଷ୍ଟ ୧୯୨୧ – ୧୭ ମଇ ୨୦୦୭), ଜଣେ ଭାରତୀୟ କବି, ଇଂରାଜୀ ପ୍ରଫେସର, ଉପନ୍ୟାସକାର, ଅନୁବାଦକ ଏବଂ କ୍ଷୁଦ୍ର ଗଳ୍ପ ଲେଖକ ଯିଏ କି ଉଭୟ ତାମିଲ ଏବଂ ଇଂରାଜୀରେ ଲେଖିଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୭୫୬ – ବ୍ରିଟେନ ଫ୍ରାନ୍ସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲା।
୧୭୬୯ – ବେଙ୍ଗଲର ବୟନ ଶିଳ୍ପକୁ ନଷ୍ଟ କରିବା ପାଇଁ ଇଷ୍ଟ ଇଣ୍ଡିଆ କମ୍ପାନୀ ବୁଣାକାରମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା।
୧୯୭୦ – ଥୋର ହେୟାରଡାଲ ଏହି ଦିନ ମୋରକ୍କୋରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ ୫୭ ଦିନ ମଧ୍ୟରେ ଆଟଲାଣ୍ଟିକ ମହାସାଗର ଅତିକ୍ରମ କରିଥିଲେ।
୨୦୦୨ – ପାକିସ୍ତାନର ଏକ କବରସ୍ଥାନରୁ ମୃତ ଆମେରିକୀୟ ସାମ୍ବାଦିକ ଡାନିଏଲ ପର୍ଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
୨୦୧୮ – ଆଜିର ଦିନରେ ବିଏସ୍ ୟେଦୁରପ୍ପା ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।