ଋଣଗ୍ରସ୍ତ ପାକିସ୍ତାନ ଉପରେ ୧୩୧.୧ ବିଲିୟନ ଡଲାର ଋଣ
ଆତଙ୍କୀଙ୍କୁ ପୋଷି ସାଧାରଣ ନାଗରିକଙ୍କୁ ବୁଡେଇବ ପାକିସ୍ତାନ
ଜାଣନ୍ତୁ ପାକିସ୍ତାନକୁ ଆସୁଥିବା ପାଣ୍ଠିର ଉତ୍ସ
ନୂଆଦିଲ୍ଲୀ, ୧୬/୦୫: ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମାସୁଦ ଆଜହରର ସମ୍ପର୍କୀୟଙ୍କ ମୃତ୍ୟୁ ପାଇଁ ମାସୁଦକୁ ମିଳିବ ୧୪ କୋଟି ଟଙ୍କା। ମାସୁଦ ଆଜହରକୁ ପାଣ୍ଠି ଯୋଗାଇବା ପାଇଁ ପାକିସ୍ତାନ ତା’ର ନାଗରିକଙ୍କ ଟିକସ ରାଜସ୍ୱରୁ ୧୪ ଟଙ୍କା ଆବଣ୍ଟନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।
ଗୁଜୁରାଟର ଭୁଜ ଏୟାରଫୋର୍ସ ଷ୍ଟେସନରେ ବାୟୁସେନା ବୀରମାନଙ୍କୁ ସମ୍ବୋଧିତ କରିବା ଅବସରରେ ରାଜନାଥ ସିଂହ କହିଥିଲେ, ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଯୋଗାଉଥିବା ପାଣ୍ଠି ଉପରେ ପୁନର୍ବିଚାର କରିବାକୁ ରାଜନାଥ କହିଛନ୍ତି।
ସେହିପରି ମୁରିଦ୍କେ ଓ ବାହାଓ୍ଵାଲପୁରରେ ଥିବା ଲସ୍କର-ଇ-ତୋଏବା ଏବଂ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ପାକିସ୍ତାନ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପାକିସ୍ତାନକୁ ଆଇଏମ୍ ଏଫ୍ ର ୧ ବିଲିୟନ ଡଲାର ସହାୟତାରୁ ଏକ ବଡ଼ ଅଂଶ ଆତଙ୍କବାଦ ଭିତ୍ତିଭୂମି ପାଇଁ ପାଣ୍ଠି ଯୋଗାଣ କରିବ। ଯାହା ପରୋକ୍ଷରେ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ସହ ସମାନ ହେବ ବୋଲି ଜଣା ପଡିଛି।
ତେବେ ପାକିସ୍ତାନ ଋଣଗ୍ରସ୍ତ ଥିବା ବେଳେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ପାଇଁ ଏତେ ପରିମାଣର ଟଙ୍କା କିପରି ଓ କେଉଁଠୁ ଆଣୁଛି ତାକୁ ନେଇ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ।
ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନ ପାଇଁ ମୋଟ ୨.୩ ବିଲିୟନ ଡଲାର (୨୦,୦୦୦ କୋଟି ଟଙ୍କା)ର ଦୁଇଟି ପାଣ୍ଠି ପ୍ୟାକେଜକୁ ଅନୁମୋଦନ କରିଛି। ଏହି ଋଣ ମଧ୍ୟରୁ ୧ ବିଲିୟନ ଡଲାର (୮,୫୦୦ କୋଟି ଟଙ୍କା) ତୁରନ୍ତ ସମ୍ପ୍ରସାରିତ ପାଣ୍ଠି ସୁବିଧା (ଇଏଫ୍ଏଫ୍) ଅଧୀନରେ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ୧.୩ ବିଲିୟନ ଡଲାର (୧୧,୦୦୦ କୋଟି ଟଙ୍କା) ଆସନ୍ତା ୨୮ ମାସ ମଧ୍ୟରେ କିସ୍ତିରେ ପ୍ରଦାନ କରାଯିବ। ଯାହା ପ୍ରତ୍ୟେକ ପାକିସ୍ତାନୀଙ୍କ ଉପରେ ପ୍ରାୟ ୪୫,୩୩୮ରୁ ୭୦,୪୦୦ ଟଙ୍କା ଋଣ ରହିଛି। ଏହି ଟଙ୍କାକୁ ବିନିଯୋଗ କରି ସାଧାରଣ ନାଗରିକଙ୍କୁ ଋଣଗ୍ରସ୍ତ କରି ପାକିସ୍ତାନ ଆତଙ୍କବାଦୀଙ୍କୁ ପୋଷିବ।
ହେଲେ, ପାକିସ୍ତାନକୁ କେବଳ ପାଣ୍ଠି ଯୋଗାଇ ଦିଆଯାଉନାହିଁ। ବରଂ ପାକିସ୍ତାନ ଉପରେ ବହୁ ଲକ୍ଷ କୋଟି ଟଙ୍କାର ଋଣ ରହିଛି।
ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ସୁଦ୍ଧା ପାକିସ୍ତାନର ବୈଦେଶିକ ଋଣ ପରିମାଣ ୧୩୧.୧ ବିଲିୟନ ଡଲାର ବା ୧୦.୯୨ ଲକ୍ଷ କୋଟି ଟଙ୍କା ଥିଲା। ଯାହା ଦେଶର ଜିଡିପିର ୩୫.୧% ଅଟେ। ଏହି ପରିମାଣ ୧୦୦ ଟଙ୍କା ରୋଜଗାର କରି ବିଦେଶୀ ଋଣଦାତାଙ୍କୁ ୩୫ ଟଙ୍କା ଦେବା ସହ ସମାନ। ଅର୍ଥାତ୍ ପାକିସ୍ତାନ ପାଖରେ ଆଉ ମାତ୍ର ୬୫ ଟଙ୍କା ବଳିବା ଭଳି। ୨୪.୧ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ୪୫,୩୩୮ ଟଙ୍କାର ଋଣ ରହିଛି।
ପାକିସ୍ତାନ କେଉଁଠାରୁ ଏତେ ପରିମାଣର ଋଣ ନେଉଛି?
ଆଇଏମଏଫ: ଦେଶରେ ଆର୍ଥିକ ସ୍ଥିରତା ପାଇଁ ଟଙ୍କା ପ୍ରଦାନ କରିଥାଏ ଆଇଏମଏଫ।
ବିଶ୍ୱବ୍ୟାଙ୍କ: ଦାରିଦ୍ର୍ୟ ଦୂରୀକରଣ ଏବଂ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଯୋଗାଏ ବିଶ୍ୱ ବ୍ୟାଙ୍କ।
ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି): ଭିତ୍ତିଭୂମି, ଅର୍ଥନୈତିକ ସଂସ୍କାର ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏଡିବି ପାଣ୍ଠି ଯୋଗାଏ।
ପ୍ୟାରିସ୍ କ୍ଲବ୍: ପ୍ୟାରିସ୍ କ୍ଲବ୍ ଋଣଦାତା ଦେଶମାନଙ୍କୁ ସେମାନଙ୍କ ଋଣ ପାଇଁ ନୂତନ ସର୍ତ୍ତାବଳୀ ଉପରେ ଆଲୋଚନା କରି ପରିଶୋଧ ସମୟସୀମା ବୃଦ୍ଧି କରିଥାଏ। ଯାହା ପାକିସ୍ତାନର କାମରେ ଆସେ।
ଚୀନ୍: ପାକିସ୍ତାନର ସବୁଠାରୁ ବଡ଼ ଦ୍ୱିପାକ୍ଷିକ ଋଣଦାତା, ସିପିଇସି ମାଧ୍ୟମରେ ଭିତ୍ତିଭୂମି ଏବଂ ଶକ୍ତି ପାଇଁ ପାଣ୍ଠି ଯୋଗାଉଛି।
ସାଉଦି ଆରବ: ସଙ୍କଟ ସମୟରେ ଆର୍ଥିକ ସହାୟତା ଓ ତୈଳ ଋଣ ପ୍ରଦାନ କରିଥାଏ।
ୟୁଏଇ: ଅର୍ଥନୈତିକ ଅସ୍ଥିରତା ସମୟରେ ଋଣ ଓ ସହାୟତା ମିଳେ।
ସେହିଭଳି ବଣ୍ଡ ମାଧ୍ୟମରେ ପାକିସ୍ତାନକୁ ପାଣ୍ଠି ମିଳେ।