୭୧ ବର୍ଷରେ ଦେଶର ପ୍ରଥମ ‘ପର୍ବତ ରାଣୀ’

ବିଶ୍ବର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ଦେଶର ପ୍ରଥମ ମହିଳା

ବିସ୍ତୃତ ବିବରଣୀ ଜାଣନ୍ତୁ ‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ

ଆଜିର ତାରିଖ ୨୪ ମଇ ୨୦୨୫

ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-

୧. କରତାର ସିଂହ ସରାଭା (୨୪ ମଇ ୧୮୯୬ – ୧୬ ନଭେମ୍ବର ୧୯୧୫), ଜଣେ ଭାରତୀୟ ବିପ୍ଳବୀ। ମାତ୍ର ୧୫ ବର୍ଷ ବୟସରେ ସେ ଘଦର ପାର୍ଟିର ସଦସ୍ୟ ହୋଇଥିଲେ ଏବଂ ତା’ପରେ ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ଲଢେଇ ଆରମ୍ଭ କରିଥିଲେ। ନଭେମ୍ବର ୧୯୧୫ରେ ଲାହୋରରେ ତାଙ୍କୁ ୧୯ ବର୍ଷ ବୟସରେ ଆନ୍ଦୋଳନରେ ତାଙ୍କର ଭୂମିକା ପାଇଁ ଫାଶୀ ଦିଆଯାଇଥିଲା।

୨. ଜନ କୃଷ୍ଣମୂର୍ତ୍ତି (୨୪ ମଇ ୧୯୨୮ – ୨୫ ସେପ୍ଟେମ୍ବର ୨୦୦୭), ଜଣେ ଭାରତୀୟ ରାଜନେତା ଯିଏ କି ୨୦୦୧ ମସିହାରେ ଭାରତୀୟ ଜନତା ପାର୍ଟିର ସଭାପତି ହୋଇଥିଲେ। ସେ ଜଣେ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଏବଂ ଭାରତୀୟ ସଂସଦର ଜଣେ ସଦସ୍ୟ।

୩. ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ପ୍ରଥମ ଭାରତୀୟ ମହିଳା ବଚେନ୍ଦ୍ରୀ ପାଲ। ବଚେନ୍ଦ୍ରୀ ପାଲ ହେଉଛନ୍ତି ବିଶ୍ୱର ପଞ୍ଚମ ମହିଳା ପର୍ବତାରୋହୀ ଯିଏ କି ବିଶ୍ୱର ସର୍ବୋଚ୍ଚ ପର୍ବତ ଶିଖର ମାଉଣ୍ଟ ଏଭରେଷ୍ଟର ଉଚ୍ଚତାକୁ ସ୍ପର୍ଶ କରିଛନ୍ତି। ୧୯୮୪ ମେ ୨୩ ତାରିଖ ଅପରାହ୍ନ ୧ଟା ୧୫ମିନିଟରେ ସେ ଏହି ସଫଳତା ହାସଲ କରିଥିଲେ। ୧୯୮୪ ମସିହାରେ ଭାରତୀୟ ପର୍ବତାରୋହଣ ଫାଉଣ୍ଡେସନ ପକ୍ଷରୁ ପର୍ବତାରୋହଣରେ ଉତ୍କର୍ଷତା ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ୧୯୮୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ‘ପଦ୍ମଶ୍ରୀ’, ୧୯୮୬ ମସିହାରେ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଥିଲା।

୪. ରାଜଦୀପ ସରଦେଶାଇ, ଜଣେ ଭାରତୀୟ ନ୍ୟୁଜ୍ ଆଙ୍କର, ସାମ୍ବାଦିକ ଏବଂ ଲେଖକ। ସେ ଇଣ୍ଡିଆ ଟୁଡେ ଟେଲିଭିଜନର ଜଣେ ପରାମର୍ଶଦାତା ସମ୍ପାଦକ ଏବଂ ଆଙ୍କର ଥିଲେ। ୧୯୮୮ରୁ ୬ ବର୍ଷ ଯାଏଁ ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ରେ କାମ କରିଥିଲେ। ୧୯୯୪ ମସିହାରେ ସେ ନୂଆଦିଲ୍ଲୀ ଟେଲିଭିଜନ (ଏନଡିଟିଭି) ରେ କାମ କରିଥିଲେ। ସେ ଉଭୟ ଏନଡିଟିଭି ୨୪×୭ ଏବଂ ଏନଡିଟିଭି ଇଣ୍ଡିଆର ପରିଚାଳନା ସମ୍ପାଦକ ଥିଲେ। ୨୦୦୮ ରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ, ୨୦୦୨ ଗୁଜରାଟ ଦଙ୍ଗାର କଭରେଜ୍ ପାଇଁ ଅନ୍ତର୍ଜାତୀୟ ପ୍ରସାରଣକାରୀ ପୁରସ୍କାର ଏବଂ ୨୦୦୬ ରେ ରାମନାଥ ଗୋଏଙ୍କା ଏକ୍ସଲେନ୍ସ ଇନ୍ ଜର୍ଣ୍ଣାଲିଜିମ୍ ପୁରସ୍କାର ମଧ୍ୟ ପାଇଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୬୫୩ – ଜର୍ମାନ ସଂସଦ ଫର୍ଡିନାଣ୍ଡ ଦ୍ବିତୀୟଙ୍କୁ ଅଷ୍ଟ୍ରିଆର ରାଜା ଭାବେ ଘୋଷଣା କଲା।

୧୮୩୦ – ୧୮୩୦ ମସିହାରେ ଆମେରିକାରେ ପ୍ରଥମ ଯାତ୍ରୀବାହୀ ରେଳ ସେବା ଆରମ୍ଭ ହୋଇଥିଲା।

୧୮୭୫ – ସୟଦ ଅହମ୍ମଦ ଖାଁ ଆଲିଗଡ଼ରେ ମହମ୍ମଦନ ଆଙ୍ଗ୍ଲୋ-ଓରିଏଣ୍ଟାଲ ସ୍କୁଲ ପ୍ରତିଷ୍ଠା କରିଥିଲେ ଯାହା ବର୍ତ୍ତମାନ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଭାବରେ ପରିଚିତ।

୧୯୩୦ – ଆମି ଜନସନ ନାମକ ଜଣେ ମହିଳା ଲଣ୍ଡନରୁ ଅଷ୍ଟ୍ରେଲିଆ କୁ ଏକାକୀ ଯାତ୍ରା କରିଥିଲେ, ଯାହା ଇତିହାସରେ ଲିପିବଦ୍ଧ।

୧୯୮୫ – ବାଂଲାଦେଶରେ ବାତ୍ୟାରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

୧୯୮୬ – ମାର୍ଗାରେଟ୍ ଥେଚର ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ଗସ୍ତ କରିଥିଲେ।

୨୦୦୪ – ଉତ୍ତର କୋରିଆ ମୋବାଇଲ ଫୋନ ଉପରେ ପ୍ରତିବନ୍ଧକ ଲଗାଇଥିଲା।

୨୦୧୩ – ରାଫେଲ କରିଆ ତୃତୀୟ ଥର ପାଇଁ ଇକ୍ୱେଡର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।