ମହାରାଷ୍ଟ୍ରର ମହାନାଟକ: ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ କରୋନା

maharastra governer tested covid positive

ମହାରାଷ୍ଟ୍ରରେ ଏବେ ମହାନାଟକ ଚାଲିଛି । ସରକାର ଗଢିବ ନା ପୁରୁଣା ସରକାର ଭାଙ୍ଗିବ। ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଏସବୁ ଭିତରେ ରାଜ୍ୟପାଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ କରୋନାରେ ସଂକ୍ରମିତ ହୋଇଛି ।

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ମହାନାଟକ ଚାଲିଛି । ସରକାର ଗଢିବ ନା ପୁରୁଣା ସରକାର ଭାଙ୍ଗିବ। ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଏସବୁ ଭିତରେ ରାଜ୍ୟପାଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ କରୋନାରେ ସଂକ୍ରମିତ ହୋଇଛି ।

ସୂଚନା ଅନୁସାରେ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ ଗତ କିଛି ଦିନ ହେଲା ଥଣ୍ଡା ଜ୍ୱରରେ ପୀଡିତ ରହିଥିଲେ। ପରେ ରାଜ୍ୟପାଳଙ୍କ କରୋନା ପରୀକ୍ଷା କରାଯାଇଥିଲା । ଏବେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡିଛି । ତେବେ ତାଙ୍କୁ ଚିକିତ୍ସା ଲାଗି ମୁମ୍ବାଇ ସ୍ଥିତି ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାତର ଭାବେ ଅଭିଜ୍ଞ ଡାକ୍ତରମାନେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ସେପଟେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।