ଆସନ୍ତା ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷିବ

heavy rain fall in odisha

ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷାର ପରିମାଣ ବଢ଼ିବ। ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨୩ରୁ ବର୍ଷାର ପରିମାଣ ବଢ଼ିବ। ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ସେହିପରି ରାଜ୍ୟର କେତେକ ଜିଲ୍ଲାରେ ମଙ୍ଗଳବାର ବର୍ଷା ହୋଇଛି । ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ବୌଦ୍ଧରେ ୬୩ ମିଲିମିଟର,ରାୟଗଡାରେ ୩୦.୮, ନବରଙ୍ଗପୁରରେ ୩୦.୨, କଳାହାଣ୍ଡିରେ ୨୯.୫, କନ୍ଧମାଳରେ ୨୫.୬, ଗଞ୍ଜାମରେ ୨୫.୪, ମାଲକାନଗିରିରେ ୨୪.୯, ନୟାଗଡ଼ରେ ୨୩.୧, ଖୋର୍ଦ୍ଧାରେ ୨୦.୧, ସୋନପୁରରେ ୨୯.୨, ଜଗତସିଂହପୁରରେ ୧୩.୪, ଢେଙ୍କାନାଳରେ ୩୨.୮ ଓ ଯାଜପୁରରେ ୨୮.୯ ମିଲିମିଟର ବର୍ଷା ହୋଇଥିବା ଆଇଏମ୍‌ଡି ତଥ୍ୟ ଦେଇଛି ।

ଅନ୍ୟପଟେ ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଆସନ୍ତା ୨୩ରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୨୪ରେ ଉତ୍ତର ଓଡ଼ିଶା ଉପର ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ଏହା ପ୍ରଭାବରେ ବର୍ଷା ଅଧିକ ହେବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି, ସ୍ଥାନେ ସ୍ଥାନେ ବର୍ଷା ଜାରି ରହିଛି ।