ବଢୁଛି ୨୦୨୫ରେ ଭାରତରେ କୋଭିଡ ମୃତ୍ୟୁ ସଂଖ୍ୟା

ଆଜି ଆଉ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, ୨୫/୦୫: ରବିବାର ମହାରାଷ୍ଟ୍ରରେ ଆଉ ଜଣେ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁ ହୋଇଛି। ୨୦୨୫ରେ ନୂଆ ସଂକ୍ରମଣ ଆସିବା ପରେ କରୋନାରେ ସଂକ୍ରମିତ ହୋଇ ମୋଟ ୪ ଜଣଙ୍କ ମୃତ୍ୟୁ ହେଲାଣି। ଥାନେର ଛତ୍ରପତି ଶିବାଜୀ ମହାରାଜ କଲୱା ହସ୍ପିଟାଲରେ ଜଣେ ୨୧ ବର୍ଷୀୟ ରୋଗୀ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଗତ ୨୨ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ ଚଳିତ ସପ୍ତାହରେ କୋଭିଡ୍ ଯୋଗୁଁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଡାକ୍ତରଙ୍କ କହିବାନୁସାରେ, ଏହି ୪ ଜଣ ରୋଗୀଙ୍କର ମାରାତ୍ମକ ରୋଗ ଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ୧୯ ମେ ୨୦୨୫ ସୁଦ୍ଧା ପ୍ରାୟ ୨୫୭ ଟି ସକ୍ରିୟ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ହସ୍ପିଟାଲ ବେଡ୍, ଅକ୍ସିଜେନ୍, ଔଷଧ ଏବଂ ଟିକା ମହଜୁଦ ରଖିବା ଆରମ୍ଭ କରିଛନ୍ତି।

ଗତ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବର୍ତ୍ତମାନ ନୂଆ କୋଭିଡ ମାମଲା ସାମନାକୁ ଆସିଛି। କୋଭିଡ୍-୧୯ର ଏହି ନୂତନ ଭାରିଆଣ୍ଟକୁ LF.7 ଏବଂ NB.1.8 (ଉଭୟ JN.1 ଭାରିଆଣ୍ଟ) ବୋଲି କୁହାଯାଉଛି।