ଆଜିର ତାରିଖ ୨୯ ମଇ ୨୦୨୫
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:
୧. ରାମାନନ୍ଦ ଚାଟାର୍ଜୀ (୨୯ ମଇ ୧୮୬୫ – ୩୦ ସେପ୍ଟେମ୍ବର ୧୯୪୩), ଜଣେ ଅଗ୍ରଣୀ ସାମ୍ବାଦିକ। ସେ କୋଲକାତାରୁ ପ୍ରକାଶିତ ପତ୍ରିକା ‘ମଡର୍ଣ୍ଣ ରିଭ୍ୟୁ’ର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ। ତାଙ୍କୁ ଭାରତୀୟ ସାମ୍ବାଦିକତାର ଜନକ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ସେ ଜଣେ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ।
୨. କହ୍ନେୟାଲାଲ ମିଶ୍ର ପ୍ରଭାକର (୨୯ ମଇ ୧୯୦୬ – ୯ ମଇ ୧୯୯୫), ଜଣେ ଜଣାଶୁଣା ହିନ୍ଦୀ ପ୍ରବନ୍ଧକାର, ଯିଏ କି ରାଜନୈତିକ ଓ ସାମାଜିକ ଜୀବନ ସହ ଜଡିତ ଅନେକ ପ୍ରବନ୍ଧ ଲେଖିଛନ୍ତି। କହ୍ନେୟାଲାଲ ‘ଜ୍ଞାନୋଦୟ’ ପତ୍ରିକାର ସମ୍ପାଦନା ମଧ୍ୟ କରିଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ଲୋକରାମ ନୟନରାମ ଶର୍ମା (୧୮୯୦ – ୨୯ ମଇ ୧୯୩୩), ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ଏବଂ ସଂଗଠକ। ତାଙ୍କ ପ୍ରୟାସ ଯୋଗୁଁ ୧୯୩୧ମସିହାରେ କରାଚିରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଲୋକରାମ ନୟନରାମ ଶର୍ମା ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଲୁଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ।
୨. ସୁନୀତି କୁମାର ଚାଟାର୍ଜୀ (୨୫ ନଭେମ୍ବର ୧୮୯୦ – ୨୯ ମଇ ୧୯୭୭, କୋଲକାତା) ଭାରତର ଜଣେ ପ୍ରସିଦ୍ଧ ଭାଷାବିତ୍, ସାହିତ୍ୟିକ ଭାବରେ ପରିଚିତ। ସେ ଜଣେ କଳାପ୍ରେମୀ ମଧ୍ୟ ଥିଲେ। ସୁନିତି କୁମାରଙ୍କ ସଂସ୍କୃତ ଯୋଗ୍ୟତା ଦେଖି ତାଙ୍କୁ ‘ଜୁବିଲି ରିସର୍ଚ୍ଚ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ବିଦେଶରେ ମଧ୍ୟ ସେ ଭାରତୀୟ କଳା ଓ ସଂସ୍କୃତି ଉପରେ ଅନେକ ବକ୍ତୃତା ଦେଇଥିଲେ ।
୩. ଚୌଧୁରୀ ଚରଣ ସିଂହ (୨୩ ଡିସେମ୍ବର ୧୯୦୨ – ୨୯ ମଇ ୧୯୮୭), ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ। କୃଷକଙ୍କ ସ୍ୱର ଉତ୍ତୋଳନ କରିଥିବା ତାଙ୍କୁ ଜଣେ ଶକ୍ତିଶାଳୀ ନେତା ଭାବେ ବିବେଚନା କରାଯାଉଥିଲା। ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଥିଲା। ସମାଜବାଦୀ ପାର୍ଟି ଓ କଂଗ୍ରେସ (ଓ)ଙ୍କ ସହାୟତାରେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାବ୍ୟତୀତ ଚୌଧୁରୀ ଚରଣ ସିଂହ ଭାରତର ଗୃହମନ୍ତ୍ରୀ (କାର୍ଯ୍ୟକାଳ- ୨୪ ମାର୍ଚ୍ଚ ୧୯୭୭ – ୧ ଜୁଲାଇ ୧୯୭୮), ଉପପ୍ରଧାନମନ୍ତ୍ରୀ (କାର୍ଯ୍ୟକାଳ – ୨୪ ମାର୍ଚ୍ଚ ୧୯୭୭ – ୨୮ ଜୁଲାଇ ୧୯୭୯) ଏବଂ ଦୁଇଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୭୨୭ – ପିଟର-୨ ୧୧ ବର୍ଷ ବୟସରେ ରୁଷିଆର ଟିସାର ହୋଇଥିଲେ।
୨୯ ମଇ ୧୯୧୯ – ପ୍ରିକମାର୍ଗ ରିପବ୍ଲିକ ଆନୁଷ୍ଠାନିକ ଭାବରେ ହଙ୍ଗେରୀରୁ ସ୍ୱାଧୀନ ହେଲା।
୧୯୨୨ – ବ୍ରିଟିଶ ଲିବରାଲ ସାଂସଦ ହୋରେସିଓ ବଟମଲିଙ୍କୁ ଠକେଇ ଅଭିଯୋଗରେ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା।
୧୯୫୩ – ଏଡମଣ୍ଡ ହିଲାରୀ ଏବଂ ତେନଜିଂ ନୋର୍ଗେ ମାଉଣ୍ଟ ଏଭରେଷ୍ଟରେ ପହଞ୍ଚିବାରେ ପ୍ରଥମ ବ୍ୟକ୍ତି ହୋଇଥିଲେ।
୧୯୭୦ – ରୁଷିଆ ଭୂତଳ ପରମାଣୁ ପରୀକ୍ଷଣ କରିଥିଲା।
୧୯୮୫ – ୟୁରୋପୀୟ ଫୁଟବଲ କପ୍ ଫାଇନାଲକୁ ନେଇ ହୋଇଥିବା ଦଙ୍ଗାରେ ୩୯ ଜଣ କ୍ରୀଡ଼ାପ୍ରେମୀଙ୍କ ମୃତ୍ୟୁ ହୋଇଥିଲା।
୧୯୯୦ – ବୋରିସ ୟେଲତସିନ ସୋଭିଏତ ସଂଘର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।
୨୦୦୩ – ଇରାକର ପୁନଃନିର୍ମାଣ ପ୍ରୟାସର ଆକଳନ କରିବା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ବସ୍ରାରେ ପହଞ୍ଚିଥିଲେ।
୨୦୦୪ – ମିଆଁମାରରେ ସାମୁଦ୍ରିକ ଝଡ଼ ରେ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୦୪ – ପରମାଣୁ ବୈଜ୍ଞାନିକ ଅବଦୁଲ କାଦିର ଖାନଙ୍କ ଉପରେ ଲାଗିଥିବା କଟକଣାକୁ କୋହଳ କଲା ପାକିସ୍ତାନ।
୨୦୦୭ – ଜାପାନର ରିଓ ମୋରି ମିସ୍ ୟୁନିଭର୍ସ ହୋଇଥିଲେ।
୨୦୦୮ – ଭାରତୀୟ ଜନତା ପାର୍ଟି ନେତା ଭିଏସ୍ ୟେଦୁରପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
୨୦୧୦ – ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲ ହେନାନ ପ୍ରଦେଶର ଲୁଓୟାଙ୍ଗରେ ଥିବା ପ୍ରାଚୀନ ପ୍ରଥମ ଶତାବ୍ଦୀର ଶ୍ୱେତଶ୍ୱ ଶ୍ୱେତ ଘୋଡ଼ା ମନ୍ଦିର ପରିସରରେ ଭାରତୀୟ ଶୈଳୀରେ ନିର୍ମିତ ଏକ ବୌଦ୍ଧ ମନ୍ଦିରର ଉଦଘାଟନ କରିଥିଲେ।