ନୂଆଦିଲ୍ଲୀ, ୨୯/୦୫: ପାକିସ୍ତାନ ସୀମାରେ ଥିବା ରାଜ୍ୟ ଗୁଡ଼ିକରେ ମକଡ୍ରିଲ ପାଇଁ ନିର୍ଦ୍ଧାରିତ ହୋଇଥିବା ତାରିଖକୁ ପରିବର୍ତ୍ତନ କରିଛି ସୁରକ୍ଷା ଏଜେନ୍ସି। ଗୁଜରାଟ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଜମ୍ମୁ-କଶ୍ମୀରରେ ଏହି ସମରାଭ୍ୟାସ ଆସନ୍ତା ୩୧ ତାରିଖରେ ହେବ। ଆଜି ସୀମାନ୍ତବର୍ତ୍ତୀ ରାଜ୍ୟ ଗୁଡ଼ିକରେ ମକଡ୍ରିଲ ହୋଇଥାନ୍ତା। ହେଲେ ପ୍ରଶାସନିକ କାରଣରୁ ସ୍ଥଗିତ ରଖାଯାଇଛି।
ଅଧିକ ପଢନ୍ତୁ: ହେବ କି ବଡ଼ ଯୁଦ୍ଧ? ଆଲର୍ଟରେ ସେନା!
ତେବେ ପାକିସ୍ତାନ ସୀମାନିକଟବର୍ତ୍ତୀ ରାଜ୍ୟ ଗୁଡ଼ିକରେ ଏବେ ପ୍ରତି ମାସରେ ଏଭଳି ଅଭ୍ୟାସ କରାଯିବ ବୋଲି ସୂତ୍ରରୁ ପ୍ରକାଶ। ଏହି ଅଭ୍ୟାସ ସମୟରେ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ ରହିବାକୁ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯିବ।