ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ଆହ୍ୱାନ

ଆନନ୍ଦପୁର, ୩୧/୦୫: ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବେଲବାହାଳି ଓ ଜଳସୁଆଁ ଠାରେ କୃଷି ବିଭାଗ ଆନୁକୁଲ୍ୟରେ ବିକଶିତ କୃଷି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝୀଙ୍କର ଡବଲ ଇଞ୍ଜିନ ସରକାର ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣା କରିବା ସହିତ ସମୃଦ୍ଧ କରିବା ପାଇଁ ବହୁ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରିଛନ୍ତି। ଏହାର ଲାଭ କିଭଳି ଭାବେ ଚାଷୀ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ତାଙ୍କର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବେଲବାହାଳି ସରପଞ୍ଚ ଶ୍ରୀମତୀ ଦୀପ୍ତି ସାହୁ, ବରିଷ୍ଠ ଚାଷୀ ନେତା ଅନାଦୀ ଚରଣ ସାହୁ, ବ୍ଲକ କୃଷି ଅଧିକାରୀ ଶ୍ରୀ ଜୟନ୍ତ କୁମାର ଦାସ, କୃଷି ବୈଜ୍ଞାନିକ ନିଗମାନନ୍ଦ ବେହେରା, ସମୀରଣ ନନ୍ଦୀ, ନୀତିଶ କୁମାର, ମାସୁମ୍ ମହାନ୍ତି, ଭାଗ୍ୟଶ୍ରୀ ଓଝା, ସମିନା ପରବିନ୍, ଜଗମୋହନ ନାୟକ, ଶ୍ରୀମତୀ ରାଜଶ୍ରୀ ସାହୁ ପ୍ରମୁଖଙ୍କ ସମେତ ୫ ଶହରୁ ଊର୍ଦ୍ଧ୍ବ ଚାଷୀ ସାମିଲ ହୋଇଥିଲେ।