ଭି.ଟି.ଆର ବଣ୍ଟନ ପ୍ରକ୍ରିୟାରେ ସୁଧାର ଆଣିବେ ଭାରତ ନିର୍ବାଚନ ଆୟୋଗ

ମତଦାନ ବିଷୟରେ ଅବଗତ ପାଇଁ ପ୍ରଯୁକ୍ତିବିଦ୍ୟା-ଚାଳିତ ବ୍ୟବସ୍ଥା ଆରମ୍ଭ

ନୂଆଦିଲ୍ଲୀ, ୦୩/୦୬: ଭାରତ ନିର୍ବାଚନ ଆୟୋଗ, ଆନୁମାନିକ ମତଦାନ ପ୍ରତିଶତ ଧାରା ବିଷୟରେ ଲୋକମାନଙ୍କୁ ସମୟାନୁସାରେ ଅବଗତ କରାଇବା ପାଇଁ ଏକ ସୁଗମ, ପ୍ରଯୁକ୍ତିବିଦ୍ୟା-ଚାଳିତ ବ୍ୟବସ୍ଥା ପ୍ରଚଳନ କରିବେ। ଏହି ନୂତନ ପ୍ରକ୍ରିୟା ପୂର୍ବ ମାନୁଆଲ୍ ରିପୋଟିଂ ପଦ୍ଧତି ସହିତ ଜଡ଼ିତ ସମୟ ଅନୁରାଳକୁ ଯଥେଷ୍ଟ ଭାବରେ ହ୍ରାସ କରିବ। ଏହି ପଦକ୍ଷେପ ସମୟାନୁସାରେ ସାଧାରଣ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରତିବଦ୍ଧତା ସହିତ ମଧ୍ୟ ସମନ୍ବିତ, ଯାହାକୁ ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଜ୍ଞାନେଶ କୁମାର ବିଭିନ୍ନ ସମୟରେ ରେଖାଙ୍କିତ କରି ଆସିଛନ୍ତି।

ନିର୍ବାଚନ ଆଚରଣ ନିୟମ, ୧୯୬୧ ର ନିୟମ ୪୯Sର ବୈଧାନିକ ଢାଞ୍ଚା ଅନୁଯାୟୀ, ପ୍ରିଜାଇଡିଂ ଅଫିସର (PROs) ମାନେ ପ୍ରାର୍ଥୀମାନଙ୍କ ଦ୍ବାରା ମନୋନୀତ ଏବଂ ମତଦାନ ଶେଷରେ ମତଦାନ କେନ୍ଦ୍ରରେ ଉପସ୍ଥିତ ପୋଲିଂ ପ୍ରତିନିଧୁ ମାନଙ୍କୁ ଫର୍ମ ୧୭C ପ୍ରଦାନ କରିବାକୁ ବାଧ୍ଯ, ଯେଉଁଥ୍‌ରେ ରେକର୍ଡ଼ ହୋଇଥିବା ଭୋଟର ହିସାବ ବିସ୍ତୃତ ଭାବରେ ଉଲ୍ଲେଖ ରହିବ। ଯଦିଓ ଏହି ଆଇନଗତ ଆବଶ୍ୟକତା ଅପରିବର୍ତ୍ତିତ ରହିଛି, ଭି.ଟି.ଆର ଆପ୍, ଯାହା ଜନସାଧାରଣଙ୍କୁ ଆନୁମାନିକ ମତଦାନ ପ୍ରତିଶତ ଧାରା ବିଷୟରେ ଅବଗତ କରାଇବା ପାଇଁଏକ ସହଜ, ଅଣ-ବୈଧାନିକ ପଦ୍ଧତି ଭାବରେ ବିକଶିତ କରାଯାଇଥିଲା ତା’ହା ମଧ୍ୟରେ ଦ୍ରୁତ ସୁଧାରକୁ ସୁନିଶ୍ଚିତ କରାଯାଉଛି।

ଏହି ନୂତନ ପଦକ୍ଷେପ ଅନୁଯାୟୀ, ପ୍ରତ୍ୟେକ ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଧୁକାରୀ (PRO) ଏବେ ମତଦାନ ଦିନ ପ୍ରତି ଦୁଇ ଘଣ୍ଟାରେ ଥରେ ନୂତନ ECINET ଆପ ରେ ସିଧାସଳଖ ମତଦାନ ସଂଖ୍ୟା ପ୍ରବେଶ କରିବେ ଯାହା ଦ୍ବାରା ଆନୁମାନିକ ମତଦାନ ଧାରା ଅଦ୍ୟତନର ସମୟ ହ୍ରାସ ପାଇବ। ଏହା ସ୍ବୟଂଚାଳିତ ଭାବରେ ନିର୍ବାଚନମଣ୍ଡଳୀ ସ୍ବରରେ ଏକତ୍ରିତ ହେବ। ପୂର୍ବ ପରି ପ୍ରତି ଦୁଇ ଘଣ୍ଟାରେ ଥରେ ଆନୁମାନିକ ମତଦାନ ପ୍ରତିଶତ ଧାରା ପ୍ରକାଶିତ ହେବ। ମତଦାନ ବନ୍ଦ ହେବା ପରେ PROଙ୍କ ଦ୍ବାରା ମତଦାନ ସଂଖ୍ୟା ତଥ୍ୟ ECINET ରେ ପ୍ରବେଶ କରା‌ଯିବ, ଯାହା ଉଲ୍ଲେଖନୀୟ ଭାବରେ ବିଳମ୍ବକୁ ହ୍ରାସ କରିବ ଏବଂ ନେଟୱାର୍କ ସଂଯୋଗ ଅନୁଯାୟୀ ମତଦାନ ବନ୍ଦ ହେବା ପରେ ମତଦାନର ଆନୁମାନିକ ପ୍ରତିଶତ ଅଦ୍ୟତନ ହେବ ଯାହା ଭି.ଟି.ଆର (VTR ) ଆପ୍ ରେ ମଧ୍ୟ ଉପଲବ୍ଧ ହେବ। ଯେଉଁଠାରେ ମୋବାଇଲ୍ ନେଟୱାର୍କ ଉପଲବ୍ଧ ନାହିଁ, ସଂଯୋଗ ପୁନଃସ୍ଥାପିତ ହେବା ପରେ ପ୍ରବେଶଗୁଡ଼ିକୁ ଅଫଲାଇନ୍ କରାଯାଇପାରିବ। ବିହାର ନିର୍ବାଚନ ପୂର୍ବରୁ ଏହି ଅଦ୍ୟତନ ହୋଇଥିବା ଭି.ଟି.ଆର (VTR ) ଆପ, ECINET ର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଯିବ।

ପୂର୍ବରୁ ସେକ୍ଟର ଅଧୁକାରୀମାନେ ସ୍ବୟଂ ମତଦାନ ତଥ୍ୟ ସଂଗ୍ରହ କରୁଥିଲେ ଏବଂ ଫୋନ୍, SMS କିମ୍ବା ମେସେଜିଂ ଆପ୍ ମାଧ୍ୟମରେ ରିଟଣ୍ଡିଂ ଅଫିସର (ROs)ଙ୍କୁ ପଠାଇଥିଲେ। ଏହି ସୂଚନା ପ୍ରତି ଦୁଇ ଘଣ୍ଟାରେ ଏକତ୍ରିତ କରାଯାଉଥିଲା ଏବଂ ଭି.ଟି.ଆର (VTR) ଆପ୍‌ରେ ମଧ୍ୟ ଅଦ୍ୟତନ କରାଯାଉଥିଲା। ବିଳମ୍ବିତ ରାତ୍ରିରେ କିମ୍ବା ପରଦିନ ସୁଦ୍ଧା ଆସୁଥୁବା ଭୌତିକ ରେକର୍ଡ଼ ଉପରେ ଆଧାର କରି ମତଦାନ ପ୍ରତିଶତ ଧାରା ପ୍ରାୟତଃ ବହୁ ଘଣ୍ଟା ପରେ ଅଦ୍ୟତନ କରାଯାଉଥିଲା, ଯାହା ଫଳରେ ୪-୫ ଘଣ୍ଟା କିମ୍ବା ତା’ଠାରୁ ଅଧୁକ ବିଳମ୍ବ ହେଉଥିଲା ଏବଂ ଏହା କିଛି ଲୋକ ମାନଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରୁଥିଲା।