ଭୁବନେଶ୍ୱର, ୦୮/୦୬: ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା। ପୁରୁଣା ବିଲଡିଂର ରୂପରେଖ ବଦଳା ଯିବା ନେଇ ବିଚାର ଚାଲିଛି। ଓଡ଼ିଶା ଏକ ବାତ୍ୟା ପ୍ରବଣ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ କରିବାର ଆବଶ୍ୟକତା ରହିଛି। ତେଣୁ ସମୟ ପୂର୍ବରୁ ନୂଆ ପ୍ରୋଜେକ୍ଟ ସାରିବାକୁ ଲକ୍ଷ୍ୟ ରଖିଛୁ।
ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ। ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ଏହି ମଣ୍ଡପରେ ୧୦ ହଜାର ଲୋକଙ୍କ ପାଇଁ ସିଟ୍ କ୍ଷମତା ରହିବ। ଏତଦ୍ ବ୍ୟତୀତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ସେଠାରେ ବିଶ୍ୱ ସ୍ତରୀୟ ସମ୍ମିଳନୀ କକ୍ଷର ନିର୍ମାଣ କରାଯିବ। ଅନେକଗୁଡ଼ିଏ କାମ ଏବେ ବିଚାରାଧୀନ ଅଛି। ଆଗକୁ ଏହାର କାର୍ଯ୍ୟ ଆରମ୍ଭ କରାଯିବ।