ଭୁବନେଶ୍ୱର, ୧୦/୦୬: ମାଆର ସ୍ୱର୍ଗୀୟ ସ୍ୱିକୃତି ଓ ଗରିମାମୟ ଅଧ୍ୟାୟକୁ ଆଧାର କରି ସାରା ବିଶ୍ୱ ଏବଂ ମାନବ ସମାଜ ମାତୃଦେବଙ୍କୁ ସଦାସର୍ବଦା ବନ୍ଦନା କରି ଆସୁଛି । ଏହି ଅବସରରେ ରାମାଏଲ ୟାମା ଫାଉଣ୍ଡେସନ୍ ଏବଂ ମାତୃଦେବ ଭବ ସତ୍ସଙ୍ଗ ଆନୁକୂଲ୍ୟରେ ଆନ୍ଧ୍ର ସ୍ଥିତ ଶ୍ରୀ ମଲ୍ଲିକାର୍ଜୁନ ଶୈବ ପୀଠ ଶ୍ରୀସାଇଲମ୍ ଠାରେ ଏକ ବିରାଟ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ସାଧୁସନ୍ଥ, ମହାତ୍ମା, ପୀଠାଧିପତିମାନେ ଯୋଗ ଦେଇ ମାଆର ଗରିମାମୟ ଜୀବନ ଉପରେ ଆଲୋକପାତ କରିଥିଲେ । ମାତୃ ଶକ୍ତିର ମୂଲ୍ୟବୋଧ ଓ ବୌଦ୍ଧିକ ଚିନ୍ତାଧାରାକୁ ଅଧାର କରି ସାରା ମାନବ ସମାଜ ଆପ୍ଳୁତ ହେବା ଦରକାର ବୋଲି ସାଧୁସନ୍ଥମାନେ ମତ ବ୍ୟକ୍ତ କରିଥିଲେ । ଏଥିରେ ରାମାଏଲ ୟାମା ଫାଉଣ୍ଡେସନ୍ର ଜବାହାରଲାଲ୍ ୟୁନିଭରସିଟିର ପ୍ରଫେସର୍ ବି.ପି ମିଶ୍ର ଏବଂ ଏହି ସଭାରେ ଚେୟାରମ୍ୟାନ୍ ପୁନମ୍ ମିଶ୍ର, ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହ ଫାଇନାଇଟ୍ ଇନ୍ଫରମେସନ୍ ସଲ୍ୟୁସନ୍ର ଏମ୍.ଡି ନବୀନ କୁମାର, ସ୍ଥାନୀୟ ଯୁବନେତା ଅରବିନ୍ଦ ରେଡ୍ଡୀ ଯୋଗଦେଇ ସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ମଲ୍ଲିକାର୍ଜୁନ କ୍ଷେତ୍ରୀୟ ମଠାଧିଷ ବିରୁପାକ୍ଷ ସ୍ୱାମୀ ଧର୍ମସଭାକୁ ସଂଚାଳନ କରିଥିବାବେଳେ ମାତୃଦେବର ଚେୟାରମ୍ୟାନ୍ ଶ୍ରୀଧର ଉପସ୍ଥିତ ରହି ସଭା ସତ୍ଜନଙ୍କୁ ମାତୃଶକ୍ତିର ଉପାସନା ଏବଂ ପ୍ରକୃତ ଜନନୀ ମାଆଙ୍କୁ ଆରଧନା କରିବା ପାଇଁ ପ୍ରର୍ବାଇ ଥିଲେ । ଏହି ଆଧ୍ୟାତ୍ମିକ ସଭାରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଆନ୍ଧ୍ରପ୍ରଦେଶରେ ଥିବା ତିରୁପତି ମେଡିକାଲ କଲେଜ ତରଫରୁ ଯେଉଁମାନେ ମେଧାବୀ ଏବଂ ସେମାନଙ୍କ ପାଖରେ ଅର୍ଥ ଅଭାବ ରହିଛି, ସେମାନଙ୍କୁ ବିଭିନ୍ନ ପାରାମେଡିକାଲ କୋର୍ସରେ ମୁକ୍ତ ଭାବରେ ଶିକ୍ଷା ଦେବେବୋଲି ଘୋଷଣା କରିଥିଲେ । ଏହାକୁ ସମସ୍ତ ସଭା ସଜ୍ଜନମାନେ କରତାଳି ଦେଇ ସ୍ୱାଗତ କରିବା ସହ ଆଗାମୀ ଦିନରେ ତିରୁପତି ପାଣିଗ୍ରାହୀ ଏହି ଅଳର ମେଧାବୀ ବିଦ୍ୟାର୍ଥୀମାନଙ୍କ ପାଇଁ ଅନେକ କାର୍ଯ୍ୟ ସଂପାଦନ କରିବେବୋଲି ସ୍ୱିକୃତୀ ପ୍ରଦାନ କରିଥିଲେ ।