ଆଜି ହେବନି Axiom-4 ଲଞ୍ଚିଂ

ପୁଣି ISSକୁ ଯାତ୍ରା ସ୍ଥଗିତ

ଫାଲକନ-୯ ରକେଟରେ ଲିକୁଇଡ ଅକ୍ସିଜେନ ଲିକେଜ

ନୂଆଦିଲ୍ଲୀ, ୧୧/୦୬: ପୁଣି ସ୍ଥଗିତ ରହିଲା ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା। ଆକ୍ସିୟମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍)କୁ ଯାତ୍ରା ପୁଣି ଥରେ ସ୍ଥଗିତ ହୋଇଛି। ଏ ନେଇ ଏକ୍ସରେ ସୂଚନା ଦେଇଛି ସ୍ପେସଏକ୍ସ। ଫାଲକନ ୯ ରକେଟରେ ଲିକୁଇଡ ଅକ୍ସିଜେନ ଲିକେଜ ହେଉଥିବା କାରଣରୁ ଏହି ଯାତ୍ରାର ସ୍ଥଗିତ ରଖାଯାଇଛି। ରକେଟର ବୈଷୟିକ ତ୍ରୁଟି ଠିକ୍ ହନି ସାରିବା ପରେ ଆଗାମୀ ଦିନରେ ତାରିଖ ଘୋଷଣା କରାଯିବ।

ସୂଚନାଯୋଗ୍ୟ, ପ୍ରଥମେ ଏହି ମହାକାଶ ଉଡ଼ାଣ ମେ ୨୯ ତାରିଖରେ ସ୍ଥିର କରାଯାଇଥିଲା। ଏହା ପରେ ତାରିଖକୁ ଘୁଞ୍ଚା ଯାଇ ଜୁନ ୮ ପାଇଁ ପୁନଃନିର୍ଦ୍ଧାରିତ କରାଯାଇଥିଲା। ପୁଣି ତୃତୀୟ ଥର ଲାଗି ବୈଷୟିକ ତ୍ରୁଟି ପାଇଁ ଜୁନ ୧୦କୁ ଘୁଞ୍ଚା ଯାଇଥିଲା। ହେଲେ, ୧୦ ତାରିଖରେ ପାଗ ପ୍ରତିକୂଳ ଥିବାରୁ ଚତୁର୍ଥ ଥର ପାଇଁ ଉଡ଼ାଣ ତାରିଖ ବଦଳା ଯାଇଛି। ପୁଣି ୧୧ ତାରିଖରେ ରକେଟରେ ବୈଷୟିକ ତ୍ରୁଟି ନେଇ ISS ଯାତ୍ରା ସ୍ଥଗିତ ରହିଛି। ୧୧ ତାରିଖରେ ସନ୍ଧ୍ୟା ୫ଟାରେ ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଥାନ୍ତା।