ଆଜି ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ: ଶିଶୁ ଶ୍ରମିକଙ୍କୁ ନା

‘ଦର୍ଶନ ଆଇନାରେ ଇତିହାସର ପୃଷ୍ଠା’ରେ ଜାଣନ୍ତୁ ଏ ସମ୍ପର୍କିତ ଅଧିକ ତଥ୍ୟ

ଆଜିର ତାରିଖ ୧୨ ଜୁନ ୨୦୨୫

ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ:- ପ୍ରତିବର୍ଷ ଜୁନ ମାସ ୧୨ ତାରିଖରେ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୁଏ। ଏହି ଦିବସ ପାଳନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ବାଳଶ୍ରମ ବିରୋଧରେ ଜନ ମତ ସୃଷ୍ଟି କରିବା। ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ (ILO)ର ଉଦ୍ୟମରେ ୨୦୦୨ ମସିହାରୁ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଶ୍ରମ ସଂଗଠନର ୧୩୮ତମ ଏବଂ ୧୮୨ତମ ସମ୍ମେଳନରେ ଏ ସଂପର୍କିତ ଘୋଷଣାନାମା ଗୃହିତ ହୋଇଥିଲା।

ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନର ତଥ୍ୟ ଅନୁଯାୟୀ, ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଝିଅ ପୁଅ ଏପରି ଶ୍ରମିକ ଭାବେ ନିୟୋଜିତ ଅଛନ୍ତି। ଯାହା ଫଳରେ ସେମାନେ ପର୍ଯ୍ୟାପ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ବିଶ୍ରାମ ଏବଂ ମୌଳିକ ସ୍ୱାଧୀନତା ପାଇବାରୁ ବଞ୍ଚିତ ହେଉଛନ୍ତି।

 

ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-

୧. ବାଲାଜୀ ବାଜି ରାଓ (ନାନାସାହେବ), ଯାହାଙ୍କୁ ନାନା ସାହେବ ପେଶୱା ମଧ୍ୟ କୁହାଯାଏ, ପାନିପତ ଯୁଦ୍ଧରେ ପରାଜିତ ହୋଇ ୧୨ ଜୁନ ୧୭୬୧ ମସିହାରେ ମୃତ୍ୟୁବରଣ କରିଥିଲେ। ପାନିପତ ଯୁଦ୍ଧରେ ମରାଠାମାନଙ୍କ ପରାଜୟ ପାଇଁ ତାଙ୍କୁ ଦାୟୀ କରାଯାଇଥିଲା।

୨. ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ଲେଖକ ଦୀନାନାଥ ଗୋପାଳ ତେନ୍ଦୁଲକରଙ୍କର ୧୨ ଜୁନ ୧୯୭୨ ମସିହାରେ ପରଲୋକ ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ଆଠ ଖଣ୍ଡ ଜୀବନୀ ମହାତ୍ମା: ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜୀବନୀର ଲେଖକ ଭାବରେ ସେ ଜଣାଶୁଣା ଥିଲେ।

 

ନଜର ପକାନ୍ତୁ ଆଜିର‌ ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-

୧୩୮୧- ଇଂଲଣ୍ଡରେ କୃଷକମାନେ ବିଦ୍ରୋହ କରିବା ଆରମ୍ଭ କରିଥିଲେ।

୧୬୬୫- ନ୍ୟୁ ଆମଷ୍ଟର୍ଡାମ ଆଇନଗତ ଭାବରେ ବ୍ରିଟେନର ଅଂଶ ହୋଇଥିଲା।

୧୯୨୬- ଲିଗ୍ ଅଫ୍ ନେସନ୍ସରୁ ବ୍ରାଜିଲ୍ ଓହରିଗଲା।

୧୯୩୨- ଆଜି ଭାରତର ପ୍ରସିଦ୍ଧ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ପଦ୍ମିନୀଙ୍କ ଜନ୍ମଦିନ।

୧୯୩୭- ସୋଭିଏତ ୟୁନିୟନରେ ୮ ଜଣ ସୈନିକ ସହିଦ ହୋଇଥିଲେ।

୧୯୬୪- ଦକ୍ଷିଣ ଆଫ୍ରିକାର କାର୍ଯ୍ୟକର୍ତ୍ତା ନେଲସନ ମଣ୍ଡେଲା ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ଅନ୍ୟ ନେତାମାନଙ୍କୁ ଭଙ୍ଗାରୁଜା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୧୯୭୫- ଆହ୍ଲାବାଦ ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

୧୯୯୦: ଭାରତୀୟ ଜାତୀୟ ଉପଗ୍ରହ (ଇନସାଟ୍ -୧ଡି) ଉତକ୍ଷେପଣ କରାଯାଇଥିଲା।

୧୯୯୧: ଫିଲିପାଇନ୍ସରେ ମାଉଣ୍ଟ ପିନାଟୁବୋ ଆଗ୍ନେୟଗିରି ବିସ୍ଫୋରଣ ହୋଇ ବାୟୁମଣ୍ଡଳରେ ୧୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା।

୧୯୯୪- ବିଶ୍ୱର ସର୍ବବୃହତ ଟ୍ୱିନଜେଟ୍ ବୋଇଂ ୭୭୭ ଏହାର ପ୍ରଥମ ଉଡ଼ାଣ ଆରମ୍ଭ କରିଥିଲା।

୨୦୧୬- ଫ୍ଲୋରିଡାର ଅର୍ଲାଣ୍ଡୋସ୍ଥିତ ପଲ୍ସ ନାଇଟ୍ କ୍ଲବ୍ ରେ ହୋଇଥିବା ଗୁଳିକାଣ୍ଡରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩ ଜଣ ଆହତ ହୋଇଥିଲେ।