ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ଏହି ମାମଲାରେ ଆଜି ଆସିଛି ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ ।

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲା । ଏହି ମାମଲାରେ ଆଜି ଆସିଛି ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ତେବେ ତାଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଏହାସହିତ ତାଙ୍କ ଶରୀରରେ କୌଣସି କ୍ଷତ ବି ନାହିଁ । ରଶ୍ମିରେଖାଙ୍କ ଶରୀରରେ ବିଷ କ୍ରିୟା ନଥିବା ମଧ୍ୟ ସ୍ପଷ୍ଟ ହୋଇଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସେପଟେ ରଶ୍ମିରେଖାଙ୍କର ଦୁଇ ଜଣ ପୁରୁଷ ବନ୍ଧୁ ରାଜା ଓ ସନ୍ତୋଷକୁ ସମମ ଜାରି କରାଯାଇଛି । ଉଭୟଙ୍କୁ ନୟାପଲ୍ଲୀ ଥାନା ପୋଲିସ ସମନ ଜାରି କରିଥିବା ଜଣାପଡିଛି । ହେଲେ ପରିବାର ଲୋକେ ସନ୍ତୋଷ ମାରିଥିବା ଅଭିଯୋଗ କରିଥିଲେ ।