ଆଜିର ତାରିଖ ୨୫ ଜୁନ ୨୦୨୫
୫୦ ବର୍ଷ ପୂର୍ବେ ଆଜିର ଦିନରେ ଘଟିଥିବା ମୁଖ୍ୟ ଘଟଣା:-
ଭାରତରେ ଜରୁରୀକାଳୀନ ପରିସ୍ଥିତି ୧୯୭୫ ରୁ ଆରମ୍ଭ ହୋଇ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଧରି ଚାଲିଥିଲା। ଦେଶରେ “ଆଭ୍ୟନ୍ତରୀଣ ଅଶାନ୍ତି” କାରଣରୁ ସମ୍ବିଧାନର ଧାରା ୩୫୨ ଅନୁଯାୟୀ ତତ୍କାଳୀନ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶ ପ୍ରତି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ।
୧୯୭୫ ମସିହା ଜୁନ ୧୨ ତାରିଖରେ ଇନ୍ଦିରାଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଇଥିଲେ ଆଲାହାବାଦ ହାଇକୋର୍ଟର ଜଷ୍ଟିସ ଜଗମୋହନ ଲାଲ୍ ସିହ୍ନା। ଲୋକପ୍ରତିନିଧି ଆଇନ ଅନୁସାରେ ଇନ୍ଦିରାଙ୍କ ସଦସ୍ୟତା ରଦ୍ଦ କରିଦେବା ସହ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ଯାହା ପରେ ବିରୋଧୀ ଦଳ ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଦେଶବ୍ୟାପୀ ବିରୋଧ ଏତେ ବଢି ଯାଇଥିଲା ଯେ, ଚାପ ଗ୍ରସ୍ତ ଇନ୍ଦିରା ଗାନ୍ଧୀ ସାରା ଦେଶରେ ୨୫ ଜୁନ ୧୯୭୫ ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହା ୨୧ ମାର୍ଚ୍ଚ ୧୯୭୭ ରେ ଶେଷ ହୋଇଥିଲା।
ଏହି ସମୟରେ ବିରୋଧୀ ଦଳର ନେତାଙ୍କୁ କାରାଗାରରେ ରଖାଯାଇଥିଲା ଏବଂ ପ୍ରେସ୍ ଉପରେ ସେନ୍ସର ଲଗାଯାଇଥିଲା। ୧୦୦,୦୦୦ରୁ ଅଧିକ ବିରୋଧୀ, ସାମ୍ବାଦିକଙ୍କୁ କାରାଗାରରେ ରଖାଯାଇଥିଲା। ଯାହା ଇତିହାସର ଏକ କଳା ଦିନ ହୋଇ ରହି ଯାଇଛି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ଚନ୍ଦ୍ରଶେଖର ପାଣ୍ଡେ (୨୫ ଜୁନ୍ ୧୯୦୩ – ୧୯୪୯), ଜଣେ ପ୍ରସିଦ୍ଧ ସାହିତ୍ୟିକ ଓ କବି। ସେ ତାଙ୍କ ଜୀବନୀ କାଳରେ ଅନେକ କୃତି ରଚନା କରିଥିଲେ।
୨. ସୁଚେତା କୃପଲାନି (୨୫ ଜୁନ୍ ୧୯୦୮, ଅମ୍ବାଲା – ୧ ଡିସେମ୍ବର ୧୯୭୪) ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା। ସେ ଉତ୍ତର ପ୍ରଦେଶର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ଭାରତର ସମ୍ବିଧାନକୁ ରୂପ ଦେଇଥିବା କମିଟିରେ ୧୫ ଜଣ ମହିଳାଙ୍କ ମଧ୍ୟରେ ସେ ଥିଲେ।
୩. ବିଶ୍ୱନାଥ ପ୍ରତାପ ସିଂହ (୨୫ ଜୁନ୍ ୧୯୩୧ – ୨୭ ନଭେମ୍ବର ୨୦୦୮), ଜଣେ ଭାରତୀୟ ରାଜନେତା ଯିଏ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଭାରତର ୭ମ ପ୍ରଧାନମନ୍ତ୍ରୀ ଏବଂ ମାଣ୍ଡାର ୪୧ତମ ରାଜା ବାହାଦୁର ଥିଲେ। ରାଜୀବ ଗାନ୍ଧୀଙ୍କ ସମୟରେ ସେ ଅର୍ଥ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ। ସେ ୧୯୬୯ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଉତ୍ତର ପ୍ରଦେଶ ବିଧାନସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।
୪. କରିସ୍ମା କପୁର, ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ। ସେ ୧୯୯୦ରୁ ୨୦୦୦ ମଧ୍ୟରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟରେ ଯାଦୁଗରୀରେ ରାଜ କରୁଥିଲେ। ସେ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ।
୪. କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ (୨୫ ଜୁନ୍ ୧୯୭୫ – ୩ ଜୁଲାଇ ୧୯୯୯) ଭାରତୀୟ ସେନାର ଜଣେ ଅଧିକାରୀ। ୧୯୯୯ ମସିହାରେ କାର୍ଗିଲ୍ ଯୁଦ୍ଧ ସମୟରେ ତାଙ୍କ ସାହସ ଏବଂ ନେତୃତ୍ୱ ପାଇଁ ମରଣୋତ୍ତର ଭାବରେ ଭାରତର ସର୍ବୋଚ୍ଚ ସାମରିକ ସମ୍ମାନ, ପରମ ବୀର ଚକ୍ର ପ୍ରଦାନ କରାଯାଇଥିଲା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. ନବାବ ବାହାଦୁର ୟାର ଜଙ୍ଗ (୩ ଫେବୃଆରୀ ୧୯୦୫ – ୨୫ ଜୁନ ୧୯୪୪), ବ୍ରିଟିଶ ଭାରତର ହାଇଦ୍ରାବାଦ ଗଡ଼ଜାତ ରାଜ୍ୟର ଜଣେ ପ୍ରମୁଖ ମୁସଲିମ ନେତା ଥିଲେ। ସେ ହାଇଦ୍ରାବାଦରେ ଅଖିଳ ଭାରତ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ ଏବଂ ଖାକସର ଶାଖାର ପ୍ରତିଷ୍ଠାତା ଥିଲେ। ୧୯୩୮ ମସିହାରେ ସେ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୫୨୯ – ବଙ୍ଗଳା ଜୟ କରିବା ପରେ ମୋଗଲ ଶାସକ ବାବର ତାଙ୍କ ରାଜଧାନୀ ଆଗ୍ରାକୁ ଫେରି ଆସିଲେ।
୧୭୮୮ – ଭର୍ଜିନିଆ ଆମେରିକୀୟ ସମ୍ବିଧାନ ଗ୍ରହଣ କରିବାରେ ୧୦ମ ରାଜ୍ୟ ହୋଇଥିଲା।
୧୯୧୩ – ବାବା ସୋହନ ସିଂହଙ୍କ ଅଧ୍ୟକ୍ଷତାରେ ଗଦର ପାର୍ଟି ଗଠନ ହୋଇଥିଲା।
୧୯୪୧ – ଫିନଲ୍ୟାଣ୍ଡ ସୋଭିଏତ୍ ୟୁନିଅନ୍ ଉପରେ ଆକ୍ରମଣ ଘୋଷଣା କରିଥିଲା।
୧୯୪୭ – ଆନ୍ ଫ୍ରାଙ୍କଙ୍କ “ଡାଏରୀ ଅଫ୍ ଏ ୟଙ୍ଗ୍ ଗାର୍ଲ” ଏହି ଦିନ ପ୍ରକାଶିତ ହୋଇଥିଲା। ଏହାର ୩୦ ନିୟୁତ କପି ବିକ୍ରି ହୋଇଥିଲା ଏବଂ ୬୭ଟି ଭାଷାରେ ଅନୁବାଦ ହୋଇଥିଲା।
୧୯୫୦ – ଏହି ଦିନ କୋରିଆ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ସ୍ୱାଧୀନତା ପାଇଁ ଲଢ଼ୁଥିବା ଉତ୍ତର ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଗୃହଯୁଦ୍ଧ ପରେ ଶୀତଳ ଯୁଦ୍ଧର ରୂପ ନେଇଥିଲା।
୧୯୬୦ – ଏହି ଦିନ ମାଡାଗାସ୍କର ଫ୍ରାନ୍ସଠାରୁ ସ୍ୱାଧୀନ ହୋଇଥିଲା।
୧୯୮୩ – ଭାରତ ୪୩ ରନରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା।
୧୯୯୩ – କିମ୍ କ୍ୟାମ୍ପବେଲ୍ କାନାଡାର ୧୯ତମ ପ୍ରଧାନମନ୍ତ୍ରୀ ହୋଇଥିଲେ।