ବନ୍ୟା ବିତ୍ପାତରେ ଗଲାଣି ୨ ଜୀବନ

୧୦ ନିଖୋଜ

ନୂଆଦିଲ୍ଲୀ, ୨୫/୦୬: ହିମାଚଳ ପ୍ରଦେଶର କାଙ୍ଗ୍ରା ଏବଂ କୁଲୁ ଜିଲ୍ଲାରେ ବାଦଲଫଟା ବର୍ଷା ହେବା ପରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ବନ୍ୟାରେ ପ୍ରଭାବିତ ହୋଇ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଦଶ ଜଣ ନିଖୋଜ ଅଛନ୍ତି ବୋଲି ସୂଚନା ମିଳିଛି।

ବେଶୀ ପ୍ରଭାବିତ କାଙ୍ଗ୍ରାର ଖାନିଆରା ଗାଁରେ ଆପାତକାଳୀନ ସହାୟତା କର୍ମଚାରୀ, ଜିଲ୍ଲା ପ୍ରଶାସନ ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଏପର୍ଯ୍ୟନ୍ତ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ଜଣାପଡିନାହିଁ ବୋଲି କହିଛନ୍ତି ଅଧିକାରୀ‌।

ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟରେ ସରକାରଙ୍କ ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରବଳ ବର୍ଷା ପରେ ପାନହୋ ଡ୍ୟାମରୁ ବିସ୍ ନଦୀରେ ପାଣି ଛାଡ଼ିବା ବିଷୟରେ ସତର୍କତା ଜାରି କରାଯାଇଥିଲା।