୨ ହାର୍ଡକୋର ମହିଳା ମାଓବାଦୀ ସଫା

ରାଇଫଲ ସମେତ ବିପୁଳ ମାଓ ସାମଗ୍ରୀ ଜବତ

ନାରାୟଣପୁର, ୨୬/୦୬: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ନାରାୟଣପୁର ଓ କୋଣ୍ଡାଗାଓଁ ଡିଆରଜି ଯବାନ ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ଦୁଇ ମହିଳା ମାଓବାଦୀ। ସେମାନଙ୍କ ମୃତଦେହ ସମେତ ଏକ ଇନସାସ ରାଇଫଲ, ୩ଟି ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ବୋଲି ଆଇଜିପି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣା ପଡ଼ିବା ପରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ଗତ ୨୦୨୪ ଜାନୁଆରୀ ମାସରୁ ଛତିଶଗଡ଼ରେ ୪୦୦ ଜଣ ମାଓବାଦୀ ନିପାତ ହେଲେଣି।