ICC ଟି-୨୦ ବିଶ୍ୱକପ ୨୦୨୨: ରୋହିତ ଶର୍ମା ଅଧିନାୟକ

ICC ଟି-୨୦ ବିଶ୍ୱକପ ପାଇଁ ଦଳ ଭାରତୀୟ ଦଳ ଘୋଷଣା କଲା BCCI । ରୋହିତ ଶର୍ମା ଅଧିନାୟକ ଥିବା ବେଳେ କେ.ଏଲ୍ ରାହୁଲ ଉପଅଧିନାୟକ ରହିଛନ୍ତି । ଟି-୨୦ ସ୍ପେଶାଲିଷ୍ଟ ଯଶପ୍ରୀତ ବୁମ୍ରା ଫିଟ୍ ହୋଇ ଦଳକୁ ଫେରିଛନ୍ତି । ତେବେ ଟିମ୍‌ରେ ହର୍ଷଲ ପଟେଲଙ୍କର ମଧ୍ୟ କମ୍‌ବ୍ୟାକ୍‌ ହୋଇଛି । ରବିନ୍ଦ୍ର ଜାଡେଜା ଆହତ କାରଣରୁ ଟି- ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାଦ ପଡ଼ିଛନ୍ତି।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), କେ.ଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ