ଯୋବ୍ରା ବ୍ୟାରେଜ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ ଯୋବ୍ରା ମହାନଦୀ ବ୍ୟାରେଜ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ୧୦ନମ୍ବର ଗେଟ୍ ନିକଟରେ ମୃତଦେହ ଲାଗିଥିବା ବେଳେ ଏହାକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ମାଲଗୋଦାମ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଅନ୍ୟପଟେ ଗତକାଲି ଚହଟା ମହାନଦୀରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିଥିବା ଯୁବକ ଧନଞ୍ଜୟ ପଣ୍ଡା ବୋଲି ଜଣାପଡ଼ିଥିଲା । ସେ ଭଦ୍ରକ ବାସୁଦେବପୁର ଅଞ୍ଚଳର ହୋଇଥିବା ବେଳେ କଟକ ହାଇକୋର୍ଟ ନିକଟ ଭାରତମାତା ଲେନରେ ତାଙ୍କ ମାମୁଁଘର ରହୁଥିଲେ । ତେବେ ତାଙ୍କର ଆତ୍ମହତ୍ୟାର କାରଣ ଜଣା ପଡି ନଥିବା ବେଳେ ଅଗ୍ନିଶମ ବାହିନୀ ଦିର୍ଘ ସମୟ ଧରି ମହାନଦୀରେ ଖୋଜା ଖୋଜି କରିବା ପରେ ମଧ୍ୟ ଧନଞ୍ଜୟଙ୍କର ପତ୍ତା ମିଳି ନଥିଲା ।