ଭୁବନେଶ୍ୱର, ୦୪/୦୭: ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୮ ତାରିଖରେ ହେବ ବିଜେପିର ରାଜ୍ୟ ସଭାପତି ନିର୍ବାଚନ। ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ। ୮ ତାରିଖରେ ଭୋଟ ଏବଂ ଫଳାଫଳ ଘୋଷଣା କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।
ରାଜ୍ୟ ବିଜେପି ସଭାପତି ନିର୍ବାଚନ ୧ ଜୁଲାଇରେ ହେବାର ଥିଲା। କିନ୍ତୁ ପୁରୀ ଦଳାଚକଟା ଭଳି ଘଟଣା ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ମନମୋହନ ସାମଲ ବିଜେପି ସଭାପତି ଥିବା ବେଳେ ଆଗକୁ ବିଜେପି ନୂଆ ସଭାପତି ପାଇବ ନା ମନମୋହନ ସାମଲ ଏହି ପଦରେ ରହିବେ ତାହା ଦେଖିବା ବାକି ରହିଲା।