ଆତଙ୍କ ଖେଳାଉଛି ହାତୀ: ଲୋକେ ଭୟଭୀତ

ହାତୀ ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଚମ୍ପୁଆ, ୬।୭(ଦର୍ଶନ ନିୟୁଜ): ଚମ୍ପୁଆ ବ୍ଲକ ହାତୀଙ୍କ ଚରା ଭୂଇଁ ପାଲଟି ଥିବା ବେଳେ ୨୬ ଟିକିଆ ହାତୀ ପଲ କେତେବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରୁ ଅଛନ୍ତି।ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମରେ କ୍ରମାଗତ ଭାବେ ହାତୀ ଘର ଭାଙ୍ଗୁ ଥିବା ନଜର ରହିଛି। ଏହି ହାତୀ ପଲ ଗତ କିଛି ଦିନ ହେଲା ପତଳା, ରଜିଆ, ଶଶାଙ୍ଗ ଓ କାଳିକା ପ୍ରାସାଦ ଜଙ୍ଗଲରେ ରହି ଅଛନ୍ତି।‌ ଗତ କାଲି ରଜିଆ ପଞ୍ଚାୟତର ଶଶାଙ୍ଗ ଗ୍ରାମର ସାର୍ଜନ ମୁଣ୍ଡାଙ୍କ ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରି ଦେଇଛି ଏକ ଦନ୍ତା। ଦନ୍ତାଟି ଘର ଭାଙ୍ଗିଲା ବେଳେ ଘର ଭିତରେ ସ୍ତ୍ରୀ ସପାନି ମୁଣ୍ଡା ଓ ପୁଅ ସାମଲ ମୁଣ୍ଡା ଓ ଝିଅ ଜ୍ୟୋତି ମୁଣ୍ଡା ଶୋଇ ଥିଲେ। ସେମାନେ ସୌଭାଗ୍ୟ ବଶତଃ ରକ୍ଷା ପାଇଁ ଯାଇଛନ୍ତି। ଏହି ହାତୀ ପଲ ବର୍ତ୍ତମାନ ଗାଆଁ ନିକଟ ଏକ ହୁଡ଼ିରେ ରହିଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ହାତୀଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।