ଶୀର୍ଷ ମାଓ ନେତା ସୋଧି କନ୍ନା ନିପାତ

୮ ଲକ୍ଷର ଥିଲା ପୁରସ୍କାର ରାଶି

ବିଜାପୁର, ୦୭/୦୭: ସୋମବାର ଦିନ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ହାର୍ଡକୋର ମାଓ ନେତା ସୋଧି କନ୍ନା ନିପାତ ହୋଇଛି। କନ୍ନା ମୁଣ୍ଡରେ ୮ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।

ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନିପାତ ହୋଇଥିବା କନ୍ନା ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA) ବାଟାଲିୟନ ନମ୍ବର ୧ ଏବଂ ୨ର ଡେପୁଟି କମାଣ୍ଡର ଥିଲା।

ସେ ଜଣେ ତାଲିମପ୍ରାପ୍ତ ସ୍ନାଇପର ଥିଲା। ସେ ଶୀର୍ଷ ମାଓ ନେତା ମାଧବି ହିଡମାର ଘନିଷ୍ଠ ସହଯୋଗୀ ଥିଲା। ଏନକାଉଣ୍ଟର ସ୍ଥଳରେ ମୃତଦେହ ସହିତ ଏକ .୩୦୩ ରାଇଫଲ୍, କୋଡେକ୍ସ ତାର ଏବଂ ଡେଟୋନେଟର ସମେତ ଅନେକ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି।

ଜୁଲାଇ ୪ ତାରିଖରେ ଆରମ୍ଭ ହୋଇଥିବା ଏହି ମିଳିତ ଅଭିଯାନରେ ବିଜାପୁର ଏବଂ ଦାନ୍ତେୱାଡାର ଜିଲ୍ଲା ରିଜର୍ଭ ଗାର୍ଡ (DRG), ସ୍ପେଶାଲ୍ ଟାସ୍କ ଫୋର୍ସ (STF), କୋବ୍ରା ବାଟାଲିଅନ୍ ୨୦୨ ଏବଂ ୨୧୦, ଏବଂ CRPF ର ୟଙ୍ଗ ପ୍ଲାଟୁନ୍ ସମେତ ବହୁ ସୁରକ୍ଷା ୟୁନିଟ୍ ସାମିଲ ଥିଲେ।